କନକ ବ୍ୟୁରୋ: ଏସିଆ କପରେ ପାକିସ୍ତାନ କ୍ରିକେଟ ଦଳର "ଧମକ ବୋମା" ସମ୍ପୂର୍ଣ୍ଣ ବିଫଳ ହୋଇଛି । ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ପାଇଁ ସେମାନଙ୍କର ଦାବି ପ୍ରତ୍ୟାଖ୍ୟାନ ହେବା ପରେ, ପାକିସ୍ତାନ ୟୁଏଇ ସହିତ ଖେଳିବାକୁ ମନା କରିଥିଲା, କିନ୍ତୁ ପ୍ରାୟ ଗୋଟିଏ ଘଣ୍ଟା ମଧ୍ୟରେ, ସେମାନେ ଆତ୍ମସମର୍ପଣ କରି ପଡ଼ିଆକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ । ଏଥିରୁ ଜଣାପଡୁଛି ପାକିସ୍ତାନ କ୍ରିକେଟ ଦଳ ଏସିଆ କପ୍ ମ୍ୟାଚ୍‌ରେ ସମ୍ମାନ ଅପେକ୍ଷା ଟଙ୍କାକୁ ବାଛିଛି । ବାରମ୍ୱାର ବେଜିତ ହେବା ପରେ ବି ଦଳ ପୁଣି ଖେଳିବାକୁ ଆସିଥିଲା । 

Advertisment

ପାକିସ୍ତାନ କ୍ରିକେଟ୍ ଦଳ କହୁଥିଲା ଯେ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟା ନ ଗଲେ ସେମାନେ ୟୁଏଇ ବିପକ୍ଷରେ ମ୍ୟାଚ୍ ଖେଳିବେ ନାହିଁ । କିନ୍ତୁ ମାତ୍ର ଗୋଟିଏ ଘଣ୍ଟା ପରେ, ଦଳ ମ୍ୟାଚ୍ ଖେଳିବାକୁ ରାଜି ହୋଇଥିଲା । ତାହା ମଧ୍ୟ ଯେତେବେଳେ ଆଇସିସି ପାକିସ୍ତାନର କୌଣସି ଦାବି ଗ୍ରହଣ କରିବାକୁ ମନା କରିଦେଲା। ଅର୍ଥାତ୍ ବୁଧବାର ମ୍ୟାଚ୍ ପୂର୍ବରୁ ମଧ୍ୟ ପାକିସ୍ତାନର 'ବୋମା ଧମକ' ବିସ୍ଫୋରଣ ହୋଇପାରିଲା ନାହିଁ । ବୁଧବାର ସନ୍ଧ୍ୟାରେ ମ୍ୟାଚ୍ ପୂର୍ବରୁ ନାଟକ ଆରମ୍ଭ ହୋଇଥିଲା ଏବଂ ୭୦ ମିନିଟ୍ ପରେ, ପାକିସ୍ତାନ ଆତ୍ମସମର୍ପଣ କରି ମ୍ୟାଚ୍ ଖେଳିବାକୁ ରାଜି ହୋଇଥିଲା ।

ଏହାସହ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପିସିବି ଆଇସିସିକୁ ଅନୁରୋଧ କରିଥିଲା। ବୋର୍ଡ ଅଭିଯୋଗ କରିଥିଲା ଯେ ଭାରତ-ପାକିସ୍ତାନ ବିଜୟ ପରେ ସୂର୍ଯ୍ୟକୁମାର ଯାଦବ ରାଜନୈତିକ ମନ୍ତବ୍ୟ ଦେଇଥିଲେ, ଯାହା କ୍ରିକେଟ କ୍ଷେତ୍ର ଏବଂ ଖେଳର ମର୍ଯ୍ୟାଦା ବିରୁଦ୍ଧରେ ଥିଲା । ଭବିଷ୍ୟତରେ କୌଣସି ଖେଳାଳି ରାଜନୈତିକ ମନ୍ତବ୍ୟ ଦେବାରୁ ନିବୃତ୍ତ କରିବା ପାଇଁ ପିସିବି ଆଇସିସିକୁ ସୂର୍ଯ୍ୟକୁମାରଙ୍କ ଉପରେ ଦଣ୍ଡ ଲାଗୁ କରିବାକୁ ଅନୁରୋଧ କରିଥିଲା । କିନ୍ତୁ ଆଇସିସି ପାକିସ୍ତାନ କ୍ରିକେଟ ବୋର୍ଡର ସବୁ ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲା ।

ଆହୁରି ବେଜିତ୍ ହେବ ପାକିସ୍ତାନ 
୨୧ରେ ମୁହାଁମୁହିଁ ହେବେ ଭାରତ-ପାକ୍ 

ଗତ କାଲିର ମ୍ୟାଚରେ ୟୁଏଇକୁ ହରାଇବା ପରେ ପାକିସ୍ତାନ ସୁପର 4ରେ ପ୍ରବେଶ କରିଛି । ଆଉ ଏବେ ୨୧ ତାରିଖରେ ପୁଣି ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ ।  ଭାରତ ଏବଂ ପାକିସ୍ତାନ ମଧ୍ୟରେ ହ୍ୟାଣ୍ଡସେକ ବିବାଦ ଏପର୍ଯ୍ୟନ୍ତ ଶାନ୍ତ ହୋଇନାହିଁ ଏବଂ ଏବେ ଉଭୟ ଦଳ ପୁଣି ଥରେ ପରସ୍ପରର ସାମ୍ନା କରିବାକୁ ଯାଉଛନ୍ତି ।

ପୂର୍ବ ମ୍ୟାଚରେ ଖେଳାଳିମାନେ ହାତ ମିଳାଇ ନଥିବା ନେଇ ବିବାଦ ସୃଷ୍ଟି ହୋଇଥିଲା । ତେବେ ଦେଖିବା ବାକି ରହିଲା ପୁଣି ଭାରତୀୟ ଖେଳାଳି ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ନା ପୁଣି ପାକିସ୍ତାନ ବେଜିତ୍ ହେବ ନା ପରିବେଶ ସ୍ୱାଭାବିକ ରହିବ? 

ସେପ୍ଟେମ୍ବର ୨୧ ମ୍ୟାଚରେ ଭାରତୀୟ ଖେଳାଳି ପାକିସ୍ତାନ ସହ କେମିତି ମନୋଭାବ ରଖିବେ? ନା ବେଜିତ ଭୟରେ ପୁଣି ଏସିଆ କପରୁ ଓହରିବାକୁ ଧମକ ଦେବ ପାକିସ୍ତାନ?  ଏବେ ସମସ୍ତଙ୍କ ନଜର "ନୋ ହ୍ୟାଣ୍ଡସେକ୍ ପାର୍ଟ ୨ ଉପରେ ।