କନକ ବ୍ୟୁରୋ: କନକ ନ୍ୟୁଜର ପ୍ରଭାବ । ଜଙ୍ଗଲ ଭିତରେ ବେଆଇନ୍ କୋଇଲା ଚୋରିକୁ ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ ଓ ବିଭାଗ । ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ୍, ଗୋପାଳପୁର ଗାଁ ଡେଇଁ କୁଲାପଡା ଓ ତେଲେନଡିହି ରିର୍ଜଭ ଫରେଷ୍ଟରେ ଆରମ୍ଭ ହେଲା ଚଢାଉ । ଜଙ୍ଗଲରେ ଥିବା ମାଫିଆଙ୍କ ଶିବିର ଜାଳିଛି ପ୍ରଶାସନ । ଚଢ଼ାଉ ବେଳେ ହଜାର ହଜାର ଟନ କୋଇଲା ଦେଖି ପୋଲିସ ଆଖି ମଧ୍ୟ ଟେରା ହୋଇଯାଇଛି ।
ସେପଟେ ଘଟଣା ସତ, ଏହା ବହୁତ ବଡ଼ ଖଣି ଚୋରି ବୋଲି କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ । ସମସ୍ତ କୋଇଲାକୁ ଜବତ କରାଯିବା ସହିତ, ଖଣିକୁ ସିଲ କରାଯାଇଛି । ଜଣେ ମଧ୍ୟ ମାଫିଆଙ୍କୁ ଛଡାଯିବ ନାହିଁ, ସମସ୍ତେ ଗିରଫ ହେବେ । ଆଗକୁ ଟେକ୍ନୋଲୋଜି ଜରିଆରେ କିପରି ଖଣି ଚୋରିକୁ ରୋକା ଯାଇପାରିବ ସେନେଇ ପଦକ୍ଷେପ ନିଆଯାଉଥିବା ଜିଲ୍ଲାପାଳ ସୁଚନା ଦେଇଛନ୍ତି ।