କନକବ୍ୟୁରୋ :  ଧସିଲା ବୈତରଣୀ ନଦୀ ବନ୍ଧ , ନୂଆପାଟଣା ଗାଁ ନିଜାମପୁର ପଂଚାୟତରେ ନିର୍ମାଣଧୀନ ପୋଲ ନିକଟରେ  ୨୦ରୁ ୩୦ ଫୁଟ ଆଡି ବନ୍ଧ ଧସିଥିବା ସୂଚନା ମିଳିଛି  ।  ଜଳସମ୍ପଦ ଅଧିକାରୀ ଏବଂ ଆରଏଣ୍ଡବି ବିଭାଗ ଅଧିକାରୀ ଉପସ୍ଥିତ ଅଛନ୍ତି,  ନଦୀରେ ବନ୍ୟା ଜଳ ବୃଦ୍ଧି ପାଉଥିବାରୁ ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକେ ଅଛନ୍ତି । ରାତିରେ ବାଲି ବସ୍ତା ପକାଇ ଘାଇ ମରାମତି କରିବାକୁ ଚେଷ୍ଟା କରାଯାଇଛି  ।  ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ  ।  

Advertisment

ଅତିରିକ୍ତ ତହସିଲଦାର ରଶ୍ମିରଂଜନ ମଲିକ, ମଙ୍ଗଳପୁର ଆଇଆଇସି ଜଗଦୀଶ କର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି   ।   ପୁଣି ଫୁଲୁଛି ବୈତରଣୀ   ।  ଆଖୁଆପଦା ନିକଟରେ ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି ଜଳସ୍ତର   ।   ବିପଦ ସଂକେତ ୧୮ଦଶମିକ ୩୩ମିଟର ଥିବା ବେଳେ ଏବେ ୧୮ ଦଶମିକ ୦୫ମିଟର ଉପରେ ପ୍ରବାହିତ ହେଉଛି ବୈତରଣୀ  ।  ଲଗାଣ ବର୍ଷା ଫଳରେ ଜଳସ୍ତର ବଢୁଥିବା ବେଳେ ନଦୀକୂଳିଆ ଲୋକ ଭୟଭୀତ ହୋଇଛନ୍ତି   ।   

ବ୍ରାହ୍ମଣୀ ନଦୀରେ ହଠାତ ବଢିଗଲା ଜଳ ସ୍ତର ।  ଫସିଗଲେ ଚେଳି ଚରାଳୀ  ।  ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବୁଢ଼ୀବିଲି ଭଏରପୁର ଗାଁ ନିଟକରେ ବ୍ରହ୍ମଣୀ ନଦୀରେ ହଠାତ ଜଳ ସ୍ତର ବଢି ଯିବାରୁ ନଦୀ ଆର ପାଖକୁ ଗାଈ, ମେଣ୍ଢା, ଛେଳି ଚରାଇବାକୁ ଯାଇଥିବା ଲୋକେ ନଦୀ ଭିତରେ ଫସିକି ରହିଯାଇଥିଲେ  । ନଦୀ ଆର ପଟରୁ ଫେରିଲା ବେଳକୁ ହଠାତ ନଦୀର ଜଳସ୍ତର ବଢିଯିବାରୁ ମଝି ନଦୀରେ ଥିବା ଏକ ଟାପୁରେ ଫସିକି ରହିଥିଲେ । ଲୋକମାନେ ଦେଖିବା ପରେ କାମାକ୍ଷାନଗର ଓ ଭୁବନରୁ ଅଗ୍ନିଶମ ବାହିନୀ ଆସି ସନ୍ଧ୍ୟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି  ।  ପ୍ରବଳ ବର୍ଷାରେ ବେହାଲ ବାରିପଦା ସହର  ।  

ଘରେ ଘରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ରାସ୍ତା ଘାଟ ବୁଡି ପାଣି ଆଣ୍ଠୁଏ। ସହରରେ ଡ୍ରେନେଜ୍ ସମସ୍ୟା ପାଇଁ ପ୍ରତିବର୍ଷ ଏମିତି ଶୃଷ୍ଟି ହେଉଛି କୃତ୍ରିମ ବନ୍ୟା । ବାରିପଦା ସହରର ୩,୨୩,୧୭,୯,୧୪,୧୫ ଆଦି ୱାର୍ଡ ର ଏକାଧିକ ଲୋକଙ୍କ ଘରେ ପସିଲା ପାଣି, ଲୋକେ ହନ୍ତସନ୍ତ । ସେପଟେ ବର୍ଷା ଯୋଗୁ ବାଲେଶ୍ବରରେ ମଧ୍ୟ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ରାସ୍ତା ଉପରେ ପାଣି ଚାଲିଥିବା ବେଳେ ଘରେ ପାଣି ପଶିଯିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।