ପୁଣି ମିସାଇଲ୍ ପରୀକ୍ଷଣ କଲା ଉତ୍ତର କୋରିଆ, ବଢ଼ିଲା ଦୁଇ ଦେଶଙ୍କ ଚିନ୍ତା

Advertisment

ଗତ ମଙ୍ଗଳବାର ଦିନ ଉତ୍ତର କୋରିଆ ସମୁଦ୍ର ଆଡ଼କୁ ଏକ ସନ୍ଦିଗ୍ଧ ବାଲିଷ୍ଟିକ୍ ମିସାଇଲ୍ ନିକ୍ଷେପ କରିଛି । ଯାହାକୁ ନେଇ ପଡ଼ୋଶୀ ଦେଶ ଜାପାନ ଏବଂ ଦକ୍ଷିଣ କୋରିଆ ଚିନ୍ତା ପ୍ରକାଶ କରିଛନ୍ତି ।

ଗତ ମଙ୍ଗଳବାର ଦିନ ଉତ୍ତର କୋରିଆ ସମୁଦ୍ର ଆଡ଼କୁ ଏକ ସନ୍ଦିଗ୍ଧ ବାଲିଷ୍ଟିକ୍ ମିସାଇଲ୍ ନିକ୍ଷେପ କରିଛି । ଯାହାକୁ ନେଇ ପଡ଼ୋଶୀ ଦେଶ ଜାପାନ ଏବଂ ଦକ୍ଷିଣ କୋରିଆ ଚିନ୍ତା ପ୍ରକାଶ କରିଛନ୍ତି ।

North Korea tests missile again

North Korea tests missile again Photograph: (Kanak news)

କନକ ବ୍ୟୁରୋ : ପୁଣି ଚିନ୍ତା ବଢ଼ାଇଲା ଉତ୍ତର କୋରିଆ । ସମୁଦ୍ରରେ ମିସାଇଲ୍ ପରୀକ୍ଷଣ କରି ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି । ଗତ ମଙ୍ଗଳବାର ଦିନ ଉତ୍ତର କୋରିଆ ସମୁଦ୍ର ଆଡ଼କୁ ଏକ ସନ୍ଦିଗ୍ଧ ବାଲିଷ୍ଟିକ୍ ମିସାଇଲ୍ ନିକ୍ଷେପ କରିଛି । ଯାହାକୁ ନେଇ ପଡ଼ୋଶୀ ଦେଶ ଜାପାନ ଏବଂ ଦକ୍ଷିଣ କୋରିଆ ଚିନ୍ତା ପ୍ରକାଶ କରିଛନ୍ତି । ଜାପାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଉତ୍ତର କୋରିଆରୁ ସମ୍ଭାବ୍ୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି । ସେପଟେ ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ବି ସମାନ କଥା କହିଛି ।

ପରସ୍ପରକୁ ଦୋଷ ଲଦାଲଦି

ଏହା ଏପରି ସମୟରେ ଆସିଛି ଯେତେବେଳେ ଉତ୍ତର ଏବଂ ଦକ୍ଷିଣ କୋରିଆ ମଧ୍ୟରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଛି । ଉତ୍ତର କୋରିଆ ଦକ୍ଷିଣ କୋରିଆକୁ ତାଙ୍କ ଅଞ୍ଚଳ ଭିତରେ ନିରୀକ୍ଷଣ ଡ୍ରୋନ୍ ଉଡ଼ାଇବାର ଅଭିଯୋଗ କରିଛି । ଉତ୍ତର କୋରିଆ ଅନୁଯାୟୀ, ଗୋଟିଏ ଡ୍ରୋନ୍ ଜାନୁଆରୀରେ ଏବଂ ଅନ୍ୟଟି ସେପ୍ଟେମ୍ବରରେ ତାଙ୍କ ଅଞ୍ଚଳରେ ପ୍ରବେଶ କରିଥିଲା । ଏହାର ଜବାବରେ, ଉତ୍ତର କୋରିଆ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଥିଲା । ଅନ୍ୟପଟେ, ଦକ୍ଷିଣ କୋରିଆ ସରକାର ଏହି ଅଭିଯୋଗଗୁଡ଼ିକୁ ପ୍ରତ୍ୟାଖାନ କରିଛନ୍ତି । ଏବଂ କହିଛନ୍ତି, ସେହି ତାରିଖରେ କୌଣସି ସରକାରୀ ଡ୍ରୋନ୍ ଉଡ଼ାଯାଇ ନଥିଲା । ଏହା ମଧ୍ୟ ତଦନ୍ତ କରାଯାଉଛି ଯେ ଏହି ଡ୍ରୋନ୍ କୌଣସି ସାଧାରଣ ନାଗରିକ ପଠାଇଥିଲେ କି ନାହିଁ ।

ଅଧିକ ପଢ଼ନ୍ତୁ---ଲସ୍କର କମାଣ୍ଡରଙ୍କ ବଡ଼ ସ୍ୱୀକାର, ହମାସ ସହ ସମ୍ପର୍କ ଥିବା କହିଲେ ଲସ୍କର କମାଣ୍ଡର

ବିଶେଷଜ୍ଞଙ୍କ କହିବା ଅନୁସାରେ, ଡ୍ରୋନ୍ ଅଭିଯୋଗ ଦକ୍ଷିଣ କୋରିଆ ବିରୁଦ୍ଧରେ ପ୍ରତିକ୍ରିୟା ସୃଷ୍ଟି କରିବାର ଏକ ରଣନୀତି ହୋଇପାରେ । ଉତ୍ତର କୋରିଆ ଖୁବଶୀଘ୍ର ଏହାର ଶାସକ ୱାର୍କର୍ସ ପାର୍ଟିର ଏକ ପ୍ରମୁଖ ବୈଠକ କରିବାକୁ ଯାଉଛି । ପାଞ୍ଚ ବର୍ଷ ମଧ୍ୟରେ ଏହି ବୈଠକ ପ୍ରଥମ । କୁହାଯାଉଛି କି, ଏହି ବୈଠକ ଦେଶ ଭିତରେ ଏବଂ ବାହାରେ ଏକ ଦୃଢ଼ ବାର୍ତ୍ତା ଦେବା ପାଇଁ ଏପରି ସାମରିକ କାର୍ଯ୍ୟକଳାପ କରାଯାଉଛି । ବିଶେଷଜ୍ଞଙ୍କ ମତରେ, ଏହି ବୈଠକରେ ଉତ୍ତର କୋରିଆର ନେତା କିମ୍ ଜଙ୍ଗ ଉନ୍ କୋରିଆନ୍ ଉପଦ୍ୱୀପ ସମ୍ପର୍କରେ ଦୁଇ-ରାଷ୍ଟ୍ର ନୀତିକୁ ଦଳର ସମ୍ବିଧାନରେ ସାମିଲ କରିପାରନ୍ତି । ଯଦି ଏହା ହୁଏ, ତେବେ ଏହାକୁ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ବୋଲି କୁହାଯାଇପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe