କନକ ବ୍ୟୁରୋ: ଚେନ୍ନାଇରେ ଭୁଷୁଡିଲା କୋଠା । ଥର୍ମାଲ ପାୱାର ଷ୍ଟେସନରେ ବଡ ଦୁର୍ଘଟଣା ହୋଇଛି । ଏଥିରେ ୯ ଜଣ ପ୍ରାଣ ହରାଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ୩୦ ଫୁଟ ତଳକୁ ଖସିଥିଲା ଛାତ । ଏହାପରେ ଭୟରେ ଧାଁଧଉଡ ଆରମ୍ଭ ହୋଇଥିଲା । ଅନେକ ଶ୍ରମିକ କୋଠା ତଳେ ଫସିରହିଯାଇଥିଲେ । ଏମାନଙ୍କ ମଧ୍ୟରୁ ଅନେକଙ୍କୁ ଧ୍ବଂସାବଶେଷ ତଳୁ କଢାଯାଇଛି । ଏବେ ବି ଉଦ୍ଧାର କାମ ଜାରି ରହିଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଉଦ୍ଧାର ହୋଇଥିବା କିଛି ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି ।  

Advertisment