ଓଡ଼ିଶାରେ ଅଣଓଡ଼ିଆ ଠିକା ସଂସ୍ଥାର ମନମାନି । ଭୋଗରାଇ ଶ୍ରଦ୍ଧାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୋଠା ନିର୍ମାଣରେ ବ୍ୟାପକ ଅନୀୟମିତତା, ନିମ୍ନମାନର ନିର୍ମାଣ ଅଭିଯୋଗ

ଠିକା ସଂସ୍ଥା ସୁପରଭାଇଜର ନିଜେ ସ୍ୱୀକାର କରିଛନ୍ତି ନିର୍ମାଣରେ ବ୍ୟବହୃତ ଇଟା ୭୦ ଭାଗ ଭଲ, ୩୦ ଭାଗ ଖରାପ। ଲିଖିତ ଅଭିଯୋଗ ପାଇବା ପରେ ଉପରିସ୍ଥ ଅଧିକାରଙ୍କୁ ଜଣାଇବେ । ନିର୍ମାଣ ଅବଧି ସରିଲାଣି, କାମ ସାରିନାହିଁ। ଫଳକ ମଧ୍ୟ ଲଗାଯାଇନାହିଁ । ୨୦୨୩ରୁ ଆରମ୍ଭ ହୋଇଥିବା କାମ ୨୦୨୪ ଜୁନରେ ସରିବାକୁ ସମୟ ଧାର୍ଯ୍ୟ ହୋଇଥିଲା ।  ସେପଟେ ଠିକା ସଂସ୍ଥା ମନମାନି ଯୋଗୁଁ ଡାକ୍ତରଖାନା କୋଠାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି ।

þþþZ\Z\^_\5

କନକ ବ୍ୟୁରୋ : ଏନଏଚଏମ ପକ୍ଷରୁ ନିର୍ମାଣ ହେଉଛି ଭୋଗରାଇ ବ୍ଲକ ଅନ୍ତର୍ଗତ ଶ୍ରଦ୍ଧାପୁର ହସ୍ପିଟାଲ କୋଠା । ନିର୍ମାଣଧୀନ କାର୍ଯ୍ୟରେ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରି କାମ ବନ୍ଦ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଦେଢ଼ କୋଟି ଟଙ୍କାର କାମ ବିହାରର ଏକ ଠିକାଦାର ସଂସ୍ଥା କରୁଛି ।  କାମରେ ଅତି ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଛି ।  କ୍ରଂକ୍ରିଟ ପିଲାର ଫାଟି ଯାଉଛି । ବାରମ୍ବାର କହିବା ପରେ ବି ଠିକା ସଂସ୍ଥା ନଶୁଣିବାରୁ ସ୍ଥାନୀୟ ଲୋକ କାମ ବନ୍ଦ କରିବା ନିଷ୍ପତି ନେଇଛନ୍ତି ।

ଠିକା ସଂସ୍ଥା ସୁପରଭାଇଜର ନିଜେ ସ୍ୱୀକାର କରିଛନ୍ତି ନିର୍ମାଣରେ ବ୍ୟବହୃତ ଇଟା ୭୦ ଭାଗ ଭଲ, ୩୦ ଭାଗ ଖରାପ। ଲିଖିତ ଅଭିଯୋଗ ପାଇବା ପରେ ଉପରିସ୍ଥ ଅଧିକାରଙ୍କୁ ଜଣାଇବେ । ନିର୍ମାଣ ଅବଧି ସରିଲାଣି, କାମ ସାରିନାହିଁ। ଫଳକ ମଧ୍ୟ ଲଗାଯାଇନାହିଁ । ୨୦୨୩ରୁ ଆରମ୍ଭ ହୋଇଥିବା କାମ ୨୦୨୪ ଜୁନରେ ସରିବାକୁ ସମୟ ଧାର୍ଯ୍ୟ ହୋଇଥିଲା ।  ସେପଟେ ଠିକା ସଂସ୍ଥା ମନମାନି ଯୋଗୁଁ ଡାକ୍ତରଖାନା କୋଠାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି ।

କାମ ବନ୍ଦ ରହିବ, ବିଭାଗୀୟ ଯନ୍ତ୍ରୀ ଆସି କାମର ସୂଚନା ଫଳକ ଲଗାଇବା ସହ ବ୍ୟବହୃତ ଇଟା ପରିବର୍ତନ କରିବା ପରେ କାମ ହେବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe