କନକ ବ୍ୟୁରୋ : ଏନଏଚଏମ ପକ୍ଷରୁ ନିର୍ମାଣ ହେଉଛି ଭୋଗରାଇ ବ୍ଲକ ଅନ୍ତର୍ଗତ ଶ୍ରଦ୍ଧାପୁର ହସ୍ପିଟାଲ କୋଠା । ନିର୍ମାଣଧୀନ କାର୍ଯ୍ୟରେ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରି କାମ ବନ୍ଦ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଦେଢ଼ କୋଟି ଟଙ୍କାର କାମ ବିହାରର ଏକ ଠିକାଦାର ସଂସ୍ଥା କରୁଛି । କାମରେ ଅତି ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଛି । କ୍ରଂକ୍ରିଟ ପିଲାର ଫାଟି ଯାଉଛି । ବାରମ୍ବାର କହିବା ପରେ ବି ଠିକା ସଂସ୍ଥା ନଶୁଣିବାରୁ ସ୍ଥାନୀୟ ଲୋକ କାମ ବନ୍ଦ କରିବା ନିଷ୍ପତି ନେଇଛନ୍ତି ।
ଠିକା ସଂସ୍ଥା ସୁପରଭାଇଜର ନିଜେ ସ୍ୱୀକାର କରିଛନ୍ତି ନିର୍ମାଣରେ ବ୍ୟବହୃତ ଇଟା ୭୦ ଭାଗ ଭଲ, ୩୦ ଭାଗ ଖରାପ। ଲିଖିତ ଅଭିଯୋଗ ପାଇବା ପରେ ଉପରିସ୍ଥ ଅଧିକାରଙ୍କୁ ଜଣାଇବେ । ନିର୍ମାଣ ଅବଧି ସରିଲାଣି, କାମ ସାରିନାହିଁ। ଫଳକ ମଧ୍ୟ ଲଗାଯାଇନାହିଁ । ୨୦୨୩ରୁ ଆରମ୍ଭ ହୋଇଥିବା କାମ ୨୦୨୪ ଜୁନରେ ସରିବାକୁ ସମୟ ଧାର୍ଯ୍ୟ ହୋଇଥିଲା । ସେପଟେ ଠିକା ସଂସ୍ଥା ମନମାନି ଯୋଗୁଁ ଡାକ୍ତରଖାନା କୋଠାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି ।
କାମ ବନ୍ଦ ରହିବ, ବିଭାଗୀୟ ଯନ୍ତ୍ରୀ ଆସି କାମର ସୂଚନା ଫଳକ ଲଗାଇବା ସହ ବ୍ୟବହୃତ ଇଟା ପରିବର୍ତନ କରିବା ପରେ କାମ ହେବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା।