କନକ ବ୍ୟୁରୋ: ଲିଙ୍ଗରାଜ ମନ୍ଦିରରେ ପଶିଗଲେ ଅଣହିନ୍ଦୁ । ଆଜି ମନ୍ଦିର ଭିତରେ ଜଣେ ଅଣହିନ୍ଦୁ ପ୍ରବେଶ କରିଥିବା ଚିହ୍ନଟ କରିଥିଲେ ପୁଲିସ ଓ ମନ୍ଦିର କର୍ମଚାରୀ । ଏନେଇ ମନ୍ଦିର ସୁପରଭାଇଜରଙ୍କୁ ଅବଗତ କରାଯାଇଥିଲା । ଏହାପରେ ଲିଙ୍ଗରାଜ ମନ୍ଦିରରେ ହୋଇଥିଲା ବଡ଼ ଧୋକାଳ ନୀତି ।
ଚୂନ ପକାଇ ମନ୍ଦିରରେ ଶୁଦ୍ଧି କରଣ କରାଯାଇଥିଲା । ଲିଙ୍ଗରାଜ ମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରିବା ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଅନେକ ଥର ଲିଙ୍ଗରାଜ ମନ୍ଦିରକୁ ଅଣହିନ୍ଦୁ ପ୍ରବେଶ କରିବା ନଜିର ରହିଛି ।