କନକ ବ୍ୟୁରୋ : ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରୁଛନ୍ତି ଆଶାୟୀ । ବିଜେପି ରାଜ୍ୟ କାର୍ଯ୍ୟାଳୟ ସଭାପତି ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ଏବଂ ଦଳର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲଙ୍କ ତତ୍ତ୍ଵାବଧାନରେ ହେବ ନିର୍ବାଚନ ପ୍ରକ୍ରିୟା । ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଅପରାହ୍ନ ସାଢେ ୩ଟା ପର୍ଯ୍ୟନ୍ତ ଚାଲିବ । ନାମାଙ୍କନ ସମ୍ପର୍କିତ ଆପତ୍ତି ଅଭିଯୋଗର ଯାଞ୍ଚ କରାଯାଇ ଅପରାହ୍ନ ୪.୩୦ ସୁଦ୍ଧା ଅନ୍ତିମ ସୂଚୀ ପ୍ରକାଶ କରାଯିବ । ଆବଶ୍ୟକ ହେଲେ ୮ ତାରିଖ ସକାଳ ୯ଟା ରୁ ୧୧ଟା ପର୍ଯ୍ୟନ୍ତ ମତଦାନ ହେବ ଏବଂ ୧୧ଟା ୩୦ ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ସହ ନୂଆ ସଭାପତିଙ୍କ ନାମ ଘୋଷଣା କରାଯିବ ।

Advertisment

ବିଜେପି ୩୭ ସାଙ୍ଗଠନିକ ଜିଲ୍ଲାରୁ ୨୭୩ ଜଣ ସଭାପତି ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବେ । ପ୍ରତି ସାଙ୍ଗଠନିକ ଜିଲ୍ଲାର ସଭାପତି ଓ ରାଜ୍ୟ ପରିଷଦର ସଦସ୍ୟ ଭୋଟ ଦେବେ ସଭାପତି ବାଛିବେ । ଜଣେ ରାଜ୍ୟସଭା ସାଂସଦ, ଦୁଇ ଲୋକସଭା ସାଂସଦ ଏବଂ ରାଜ୍ୟ ବିଜେପି ୫ ବିଧାୟକ ଏହି ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବେ ।