କନକ ବ୍ୟୁରୋ: ବିହାର ନିର୍ବାଚନ । ଆଜିଠୁ ପ୍ରଥମ ପର୍ଯ୍ୟାୟ ନାମାଙ୍କନ । ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ଓ ମହାମେଣ୍ଟ ପ୍ରାର୍ଥୀ ଘୋଷଣାକୁ ଦ୍ବନ୍ଦ୍ବ ଦେଖାଦେଇଥିବା ବେଳେ ପ୍ରଶାନ୍ତ କିଶୋର ଆଗୁଆ ଗୋଟିଚାଳନା କରିଛନ୍ତି । ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ୫୧ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । କିନ୍ତୁ ନିଜେ ପ୍ରଶାନ୍ତ କିଶୋର ଏଥର ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି । ଜନ ସୁରାଜ ପକ୍ଷରୁ ପ୍ରଦେଶ ଅଧ୍ୟକ୍ଷ ମନୋଜ ଭାରତୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ପପୁ ସିଂହ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି । ରାଜ୍ୟର ୨୪୩ଟି ଆସନ ପାଇଁ ଦୁଇଟି ପର୍ୟ୍ୟାୟରେ ମତଦାନ ହେବ । ନଭେମ୍ବର ୬ରେ ପ୍ରଥମ ପର୍ୟ୍ୟାୟରେ ୧୨୧ ଆସନରେ ମତଦାନ ହେବ । ନଭେମ୍ବର ୧୧ ଦ୍ୱିତୀୟ ପର୍ୟ୍ୟାୟରେ ୧୨୨ଟି ଆସନରେ ମତଦାନ ହେବ ।
ବିହାରରେ ଭୋଟ କବାଟ ବଡାଇଲାଣି ନେତା ପୋଷ୍ଟର ସହ ହେଲିକପ୍ଟର ବୁକ୍ ବି କରିସାରିଲେଣି ହେଲେ ଆସନ ବଣ୍ଟା ଗଣିତ ଏଯାଏ ଛିଡୁନି । ଏନଡିଏରେ ଚିରାଗ ପାସୱାନ ଚିନ୍ତା ବଢାଇଥିବା ବେଳେ, ମହାମେଣ୍ଟରେ ମଧ୍ୟସ୍ଥି ସାଜିଥିବା ତେଜସ୍ବୀ କଂଗ୍ରେସ ଓ ବାମ ଦଳକୁ ମନମୁତାବକ ଆସନ ଦେବାକୁ କୁଣ୍ଠାବୋଧ କରୁଛନ୍ତି । ସେପେଟ୨୪ ଘଣ୍ଟାରେ ୪ଥର ଚିରାଗ ପାସୱାନଙ୍କୁ ଦେଖାକରିଛନ୍ତି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଦେଖାକରିବା ପରେ ଚିରାଗ କରିଛନ୍ତି ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ଯେଉଁଠି ମୋ ପ୍ରଧାନମନ୍ତ୍ରୀ ସେଠି ମୋ ଚିନ୍ତା ନାହିଁ ବୋଲି କହିଛନ୍ତି ଚିରାଗ, ଅର୍ଥାତ କାମ ଦେଲା ଦୁଇ ମନ୍ତ୍ରୀଙ୍କ ମନ୍ତ୍ରଣା , ଧର୍ମେନ୍ଦ୍ର ପ୍ରଧାନ ଓ ନିତ୍ୟାନନ୍ଦ ରାୟ ଦୁଇ ଦିନ ହେବ ଚିରାଗଙ୍କ ସହ ଘନଘନ ବୈଠକ କରିଥିଲେ।
ଆସିଲାଣି ଭୋଟ୍, ସରୁନି ଆସନ ଗଣିତ
ବିହାର ବିଧାନସଭା ନିର୍ବାଚନକୁ ନେଇ ବିଭିନ୍ନ ଦଳର ନେତାମାନଙ୍କର ବୈଠକ ଜାରି
କେତେବେଳେ ଜେଡିୟୁର ବୈଠକ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ତ କେତେବେଳେ କାର୍ଯ୍ୟାଳୟରେ ବୈଠକର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଶୀଘ୍ର ଆସନ ବଣ୍ଟନ ଉପରେ ସହମତି
ଏନ୍ଡିଏ ଭିତରେ ଆସନ ବଣ୍ଟନ ଚୂଡ଼ାନ୍ତ ହୋଇନାହିଁ
ଚିରାଗ, ଜିତନ ରାମ ଅଧିକ ଆସନ ଦାବି କରୁଛନ୍ତି
ଚିରାଗ ପାସୱାନ ୩୬ ରୁ ୪୦ ଆସନ ଦାବି କରୁଛନ୍ତି
ମାଞ୍ଝୀ ୧୫ଟି ଆସନ ପାଇଁ ଦାବି କରୁଛନ୍ତି
ହାମ୍ର ସଂସଦୀୟ ବୋର୍ଡ ପାଟନାର ଦଳୀୟ କାର୍ଯ୍ୟାଳୟରେ ବୈଠକ କରିବ
ଦଳ ୧୫ଟି ଆସନ ପାଇଁ ଜୋରଦାର ପ୍ରୟାସ କରୁଛି
ମହାମେଣ୍ଟ ଆସନ ବଣ୍ଟନ ଫର୍ମୁଲା ପ୍ରାୟ ଚୂଡ଼ାନ୍ତ ହୋଇସାରିଛି
ଖୁବ୍ ଶୀଘ୍ର ଏହାର ଘୋଷଣା ହେବାର ସମ୍ଭାବନା ଅଛି
ସୂଚନା ଅନୁସାରେ ଆରଜେଡି ୧୧୮, କଂଗ୍ରେସ ୫୫, ଭିଆଇପି ୩୫, ଜେଏମଏମ ୨..
ବାମପନ୍ଥୀ ଦଳଗୁଡ଼ିକ ୩୦ ଆସନ ପାଇପାରନ୍ତି
ଦିଲ୍ଲୀରେ ଚିରାଗ ପାସୱାନ ଏବଂ ନିତ୍ୟାନନ୍ଦ ରାୟଙ୍କ ମଧ୍ୟରେ ବୈଠକ ଶେଷ
ଚିରାଗ କହିଛନ୍ତି, ଆମର ଏକ ସକାରାତ୍ମକ ଆଲୋଚନା ହୋଇଥିଲା
ଟଙ୍କା ବାଣ୍ଟିବା ପାଇଁ ପପୁ ଯାଦବଙ୍କ ବିରୋଧରେ ଏଫଆଇଆର ରୁଜୁ
ପପୁ କହିଛନ୍ତି, "ଜ୍ଞାନେଶ ଜୀ, ଆପଣ ଏବଂ ଜିଲ୍ଲାପାଳ ଯେତେ ଇଚ୍ଛା ମାମଲା ରୁଜୁ କରିପାରିବେ
କିନ୍ତୁ ଆମେ ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଯଥାସମ୍ଭବ ଟଙ୍କା ବାଣ୍ଟିବା ଜାରି ରଖିବୁ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2025/10/10/41-2025-10-10-17-15-33.jpg)