କନକ ବ୍ୟୁରୋ: ବିହାରରେ ନେତାଙ୍କ ରାଜନୀତି ଠାରୁ ଆସନ ବଣ୍ଟା ରାଜନୀତି ଅଧିକ ଚାଲିଛି । ନିଜ ନିଜ ଜିଦ୍ରେ ଅଟଳ ହେଭିୱେଟ୍ ନେତା । ବିଜେପି କେନ୍ଦ୍ରମନ୍ତ୍ରୀ ଚିରାଗଙ୍କୁ ବୁଝାଇବାରେ ସଫଳ କିଛିଟା ସଫଳ ହୋଇଛି, ସେପଟେ ଡେରି ନକରି ପ୍ରାର୍ଥୀ ତାଲିକା ଘୋଷଣା କରିଛି ପିକେଙ୍କ ଜନ ସୁରାଜ, ହେଲେ ପିକେଙ୍କ ଆସନ ଘୋଷଣା ହୋଇନାହିଁ ।
ବିହାରରେ ଖରାର ପ୍ରକୋପ ଯେତିକି ବଢୁଛି ରାଜନୀତିର ପାରଦ ସେତିକି ଚଢୁଛି । ନେତାଙ୍କଠୁ ଜନତା ସମସ୍ତେ ଟେନସନ୍, ନେତାଙ୍କୁ ଡର ଟିକେଟ ମିଳୁଛି ନା ନାହିଁ, ପାର୍ଟି ଅଧ୍ୟକ୍ଷଙ୍କୁ ଡର ଆସନ କମିବନି ତ ! ଆଉ ଜନତାଙ୍କ ଡର ଗଣ୍ଡଗୋଳ ନହେଉ କି ମୁଣ୍ଡ ନ ଗଡୁ । ରାତି ପାହିଲେ ନାମାଙ୍କନ ଆରମ୍ଭ ହେଲେ ଆସନ ଭାଗବଣ୍ଟା କେବେ ସରିବ ତାହା ବଡ଼ ପ୍ରଶ୍ନ ? ଏନଡିଏ ଓ ମହାମେଣ୍ଟ ପାଇଁ ଆସନ ବଣ୍ଟା ବଡ଼ ଚ୍ୟାଲେଞ୍ଜ ସାଜିଛି। ଏହାରି ଭିତରେ ଆରଜେଡି ଛାଡିଛନ୍ତି ଭାବୁଆ ନିର୍ବାଚନମଣ୍ଡଳୀର ବିଧାୟକ ଭାରତ ବିନ୍ଦ। ଇସ୍ତଫା ଦେଇ କହିଛନ୍ତି, ଭାରତୀୟ ଜନତା ପାର୍ଟି ଟିକେଟରେ ନିର୍ବାଚନ ଲଢ଼ିବେ।
ଅନ୍ୟପଟେ ଦିଲ୍ଲୀରେ ବସିଥିବା ମାରାଥନ ବୈଠକରୁ ବାହାରିଛନ୍ତି ଚିରାଗ ପାସୱାନ, ଚିରାଗଙ୍କୁ ବୁଝାଇ ବୁଝାଇ ବିଜେପି ନେତା ହାଲିଆ ହେଲେ ବୈଠକ ସରିବା ପରେ ଚିରାଗଙ୍କ ମୁହଁରେ ହସ ଥିଲା , ନିତ୍ୟାନନ୍ଦ ରାୟ କହିଛନ୍ତି ସବୁକିଛି ଠିକ୍ ଏବଂ ସକାରାତ୍ମକ ଥିଲା। ଚିରାଗ ମଧ୍ୟ କହିଛନ୍ତି ବୈଠକ ସକାରାତ୍ମକ ରହିଛି। ଏନଡିଏ ସମସ୍ୟାକୁ ହାତ ଛଡ଼ା କରିନି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ପବନ ଖେରା କହିଛନ୍ତି, ମହାମେଣ୍ଟର ଦ୍ୱାର ଚିରାଗ ପାସୱାନ ଓ ଉପେନ୍ଦ୍ର କୁଶୱାହା ଏବଂ ଜିତନ ରାମ ମାଞ୍ଝୀଙ୍କ ପାଇଁ ଖୋଲା ଅଛି।ଅନ୍ୟପଟେ ପ୍ରାର୍ଥୀ ତାଲିକା ପ୍ରଥମେ ଜନ ସୁରାଜ ପାର୍ଟି ଘୋଷଣା କରି ଅଡ଼ୁଆରେ । ତାଲିକା ପ୍ରକାଶ ପାଇବା ପରେ, ଯେଉଁ ନେତାଙ୍କ ନାମ କଟିଛି ସେମାନଙ୍କ ପ୍ରତିବାଦ ଆରମ୍ଭ ହୋଇଛି। ନେତାଙ୍କ ସମର୍ଥକମାନେ ଦଳୀୟ କାର୍ଯ୍ୟାଳୟରେ ହଙ୍ଗାମା କରିଛନ୍ତି। ସୂଚନା ଅନୁଯାୟୀ, ଆସନ୍ତାକାଲି ଦିଲ୍ଲୀରେ ଏଲଜେପିର ରାମବିଳାସ ସଂସଦୀୟ ବୋର୍ଡର ଏକ ବୈଠକ ଡକାଯାଇଛି ଏବଂ ଆସନ ବଣ୍ଟନ ନେଇ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି ।
ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ଆଉ ମାତ୍ର ୮ଦିନ ବାକି ରହିଛି । ଏଭଳି ସ୍ଥିତିରେ ଆରଜେଡି ଓ କଂଗ୍ରେସ ମଧ୍ୟରେ ଚାଲିଥିବା ଆସନ ଭାଗବଣ୍ଟା ବଡ଼ ସମସ୍ୟା ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/09/38-2025-10-09-20-57-30.jpg)