ପୁଅ ବଞ୍ଚାଇବାକୁ ଚିତ୍କାର କରୁଥିଲା: ବାପା ଫୋନରେ ଶୁଣୁଥିଲେ , କିଛି କରିପାରିଲେନି

Advertisment

ପୁଅ କାନ୍ଦି କାନ୍ଦି ବଞ୍ଚାଇବାକୁ ବାପାଙ୍କୁ କଲ୍ କରୁଥିଲା। ସେପଟେ ବାପା ଶୁଣୁଥିଲେ, ଉତ୍ତର ବି ଦେଉଥିଲେ ହେଲେ ତାଙ୍କ ମୁଣ୍ଡ କିଛି କାମ କରୁନଥିଲା। ଅନେକ ସମ୍ପର୍କୀୟଙ୍କୁ କଲ କଲେ । ବାପା, ଉଦ୍ଧାରକାରୀ ଦଳ, ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚିବାବେଳେକୁ ଆଉ କିଛି ବାକି ନଥିଲା। ପାଣି ଭିତରେ ବୁଡ଼ିଯାଇଥିଲା ଇଞ୍ଜିନିୟର ପୁଅର ବିକଳ ଚିତ୍କାର । 

ପୁଅ କାନ୍ଦି କାନ୍ଦି ବଞ୍ଚାଇବାକୁ ବାପାଙ୍କୁ କଲ୍ କରୁଥିଲା। ସେପଟେ ବାପା ଶୁଣୁଥିଲେ, ଉତ୍ତର ବି ଦେଉଥିଲେ ହେଲେ ତାଙ୍କ ମୁଣ୍ଡ କିଛି କାମ କରୁନଥିଲା। ଅନେକ ସମ୍ପର୍କୀୟଙ୍କୁ କଲ କଲେ । ବାପା, ଉଦ୍ଧାରକାରୀ ଦଳ, ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚିବାବେଳେକୁ ଆଉ କିଛି ବାକି ନଥିଲା। ପାଣି ଭିତରେ ବୁଡ଼ିଯାଇଥିଲା ଇଞ୍ଜିନିୟର ପୁଅର ବିକଳ ଚିତ୍କାର । 

5-software eng died

କନକ ବ୍ୟୁରୋ: ’ ବାପା! ମୋ କାର୍ ଖାଇରେ ଖିସିପଡ଼ିଛି । ବାପା! ମୁଁ କାର ସହ ବୁଡ଼ିଯାଉଛି । ପ୍ଲିଜ୍ ମୋତେ ବଞ୍ଚାଅ ବାପା । ମୁଁ ମରିବାକୁ ଚାହୁନି ବାପା ମୋତେ ବଞ୍ଚାଅ, ଶୀଘ୍ର ଆସି ମୋତେ ବଞ୍ଚାଅ । ନହେଲେ ମୁଁ ମରିଯିବି , ବାପା , ମୁଁ ମରିଯିବି !’
ପୁଅ କାନ୍ଦି କାନ୍ଦି ବାପାଙ୍କୁ କଲ୍ କରୁଥିଲା। ସେପଟେ ବାପା ଶୁଣୁଥିଲେ, ଉତ୍ତର ବି ଦେଉଥିଲେ ହେଲେ ତାଙ୍କ ମୁଣ୍ଡ କିଛି କାମ କରୁନଥିଲା। ଅନେକ ସମ୍ପର୍କୀୟଙ୍କୁ କଲ କଲେ । ବାପା, ଉଦ୍ଧାରକାରୀ ଦଳ, ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚିବାବେଳକୁ ଆଉ କିଛି ବାକି ନଥିଲା। ପାଣି ଭିତରେ ବୁଡ଼ିଯାଇଥିଲା ଇଞ୍ଜିନିୟର ପୁଅର ବିକଳ ଚିତ୍କାର । 

ଏ ଘଟଣା ଦିଲ୍ଲୀର ଗ୍ରେଟର ନୋଇଡ଼ାର । ଏବେ ଦିଲ୍ଲୀରେ ଭୀଷଣ ଥଣ୍ଡା ସହ ଘନ କୁହୁଡ଼ି । ବାଟଘାଟ ଦେଖାଯିବା ମୁସ୍କିଲ ।  ଏଭଳି ସ୍ଥିତିରେ ଡ୍ୟୁଟି ସାରା ରାତିରେ ଘରକୁ ଫେରୁଥିଲା ସଫ୍ଟୱେର ଇଞ୍ଚଜିନିୟର ପୁଅ ଯୁବରାଜ ମେହତା । ହେଲେ କୁହୁଡ଼ି ଯୋଗୁଁ ଯୋଗୁଁ ରାସ୍ତା ଦେଖାଗଲାନି । ତାଙ୍କ କାର୍ ଯାଇ ମାଡ଼ ହୋଇଥିଲା ଗୋଟେ କଂକ୍ରିଟ୍  ସାଇଡୱାଲରେ । ଆଉ ତା ତଳେ ଥିଲା ଗଭୀର ଖାଇ । ଆଉ କାର୍ ସେ ସିମେଣ୍ଟ ବାଡ଼ାକୁ ଡେଇ ଖସିପଡ଼ିଥିଲା ୭୦ ଫୁଟର ଗଭିର ଖାଇରେ । ତଥାପି ବୁଦ୍ଧି ଖଟାଇ କାର୍ ଡୋର ଖୋଲି କାର  ଉପରକୁ ଉଠିଯାଇଥିଲେ। ଫୋନ କରି ବାପାଙ୍କୁ କହିଥିଲେ। ଶୀଘ୍ର ଆସି ତାଙ୍କୁ ରକ୍ଷା କରିବାକୁ । 

ଅଧିକ ପଢ଼ନ୍ତୁ:ଶିକ୍ଷକ ବଦଳିକୁ ନେଇ ଛାତ୍ରୀଙ୍କ ହାଇଡ୍ରାମା: ସ୍କୁଲରେ ତାଲା, ରାସ୍ତାରେ ଆନ୍ଦୋଳନ, ପରୀକ୍ଷା ବାଧାପ୍ରାପ୍ତ
 
ଚାରିଆଡ଼ କିଟିମିଟି ଅନ୍ଧାର । ଥଳକୂଳ ନାହିଁ । ରାସ୍ତାରେ ସଙ୍କେତ ଦେବାକୁ କିଛି ରେଡିୟମ୍ ନଥିଲା। କୁହୁଡ଼ି ବି କାଳ ହେଲା। ଆଉ ବାଟ ନଜାଣିପାରି ୨୭ ବର୍ଷର ଇଞ୍ଜିନିୟର  ଯୁବରାଜ ମେହେତା ଖସିପଡ଼ିଲେ ଗଭୀର ଖାଇରେ । ଚିତ୍କାର ଶୁଣିବାକୁ ନା କେହି ଥିଲେ, ନେଟୱର୍କ ବି ଠିକ୍ ନଥିଲା। ସବୁ ସମସ୍ୟା ଯେମିତି ଯୁବରାଜଙ୍କ ଉପରେ କାଳ ହୋଇ ଅଜାଡ଼ି ହୋଇପଡ଼ିଲା। ପାଣି ତଳେ କାଳ ତାଙ୍କୁ ଡାକୁଥିଲା। ଆଉ ପାଣି ତଳକୁ ଟାଣିନେଲା। ଅକାଳରେ ଚାଲିଗଲା ଯୁବରାଜଙ୍କ ଜୀବନ । 

ଯବାନ୍ ପୁଅର ଅକାଳ ମୃତ୍ୟୁରେ ବାପା, ମାଆ ପୂରା ପରିବାର ଭାଙ୍ଗିପଡ଼ିଛନ୍ତି। ପୁଅର ଶେଷ କଲ ପାଇ ବି ପୁଅକୁ ବଞ୍ଚାଇନପାରିବାର କ୍ଷୋଭ ବାପାଙ୍କୁ ଯେମିତି ଭିତରୁ ଝୁଣିଦେଉଥିଲା। ରାସ୍ତାରେ କୌଣସି ରିଫ୍ଲେକ୍ଟର ଲାଗିନଥିଲା କି ଆ ନାଳି ଢଙ୍କାଯାଇନଥିବାରୁ ସ୍ଥାନୀୟ ପ୍ରଶାସନକୁ ଦୋଷ ଦେଇଛନ୍ତି । କହିଛନ୍ତି , ରାସ୍ତରାରେ ରିଫ୍ଲେକ୍ଟର ଲାଗିଥିଲେ ହୁଏ ପୁଅ ମୋର ବାଟବଣା ହୋଇନଥାନ୍ତା । ପ୍ରଶାସନର ଅବହେଳା ଆଉ ଘନ କୁହୁଡ଼ି ତାଙ୍କ ପୁଅକୁ ମାରିଦେଲା କହି  ନିଜୁ ଭାଗ୍ୟକୁ ନିନ୍ଦୁଛନ୍ତି ଅସହାୟ ବାପା । ଯାହାକୁ ବଢ଼େଇକୁଢ଼େଇ ଏତେବଡ଼ କଲେ, ପାଠ ପଢ଼ାଇ ଯୋଗ୍ୟ କଲେ ଆଜି ପୋଷିଲାବେଳକୁ ସେ ପୁଅ ଏମିତି ଅକାଳରେ ଚାଲିଗଲା , କୋଉ ବାପାର ଛାତି ସହିବ , କୋଉ ମା’ ଧୈର୍ଯ୍ୟ ଧରିବ !

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe