କନକ ବ୍ୟୁରୋ: ବିଜୁଳି ବିଲ୍‌ । ମାସ ଆରମ୍ଭରେ ଘରକୁ ବିଲ୍‌ ଆସେ । କିନ୍ତୁ ବେଳେ ବେଳେ କଣ ହୁଏ ଆମେ ବିଜୁଳି ବିଲ୍‌ ଠିକ୍‌ରେ ଦେଇନଥିବା କାରଣରୁ ବିଲ୍‌ ପ୍ରତି ମାସ ବଢିବଢି ଆସେ । ହେଲେ ଆମେ ଏହାକୁ ଧ୍ୟାନ ଦିଅନ୍ତି ନାହିଁ । ଯାହାଲାଗି ହିତାଧିକାରୀଙ୍କ ଘରୁ ବେଳେ ବିଜୁଳି କାଟିଦେଇଥାଏ ବିଜୁଳି ବିତରୀତ କମ୍ପାନୀ । ଯଦି ଆପଣଙ୍କ ସହ କିଛି ଏମିତି ହୋଇଛି ତାହାଲେ ଏବେ ହିଁ କମ୍ପାନୀର ଏହି ସ୍କିମ୍‌ର ଫାଇଦା ଉଠାନ୍ତୁ । 

Advertisment

ଉତ୍ତରପ୍ରଦେଶର ନୋଏଡ଼ା ଅଂଚଳରେ ଗୌତୁମ ବୁଦ୍ଧ ନଗରରେ ଏବେ ବିଜୁଳି ଉପଭୋକ୍ତାଙ୍କ ଲାଗି କମ୍ପାନୀ ରିହାତି ଘୋଷଣା କରିଛି । ଯେଉଁମାନେ ବକେୟା ଟଙ୍କା କିମ୍ୱା ଫାଇନ୍‌ କଟିବା ପରେ ବି ଟଙ୍କା ଦେଇନାହାନ୍ତି ସେମାନେ ଏହି ରିହାତିର ଫାଇଦା ନେଇପାରିବେ । ଅର୍ଥାତ୍‌ ୱାନ ଟାଇମ୍‌ ସେଟଲମେଣ୍ଟ ଜରିଆରେ ବିଜୁଳିର ବକେୟା ବିଲ୍‌ ଦେବା ଲାଗି କମ୍ପାନୀ ପକ୍ଷରୁ କୁହାଯାଇଛି । ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା । ଏହାସହ କମ୍ପାନୀ ପକ୍ଷରୁ କୁହାଯାଇଛି କି, ଯଦି ଆପଣଙ୍କର ବକେୟା ବିଲ୍‌ ବାକି ଅଛି ତାହାଲେ ଆଦୌ ଡେରି କରନ୍ତୁ ନାହିଁ । କାରଣ ଏହି ଅଫର୍‌ ମାତ୍ର କିଛିଦିନ ଲାଗି ଲାଗୁ ହୋଇଛି । କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିବା ଅଫର୍‌ ସୀମିତ ସମୟ ପାଇଁ ରହିଛି ।

 
କେତେଦିନ ମିଳିବ ଅଫର

ଗୌତମବୁଦ୍ଧ ନଗର ବିଜୁଳି ବିଭାଗର ଅଧିକାରୀ କହିଛନ୍ତି କି, ଏହି ଅଫର ଆରମ୍ଭ ହୋଇସାରିଛି । ପ୍ରଥମ ଦଫାରେ ଡିସେମ୍ୱର ୧୫ରୁ ୩୧ ତାରିଖ ପର୍ଯ୍ୟନ୍ତ ଥିଲା । ଯେଉଁମାନଙ୍କର ଗୋଟିଏ କିଲୋୱାଟର ସଂଯୋଗ ରହିଛି ସେମାନଙ୍କୁ ଶତ ପ୍ରତିଶତ ରିହାତି ମିଳିଛି । ଠିକ୍‌ ସେମିତି ଦ୍ବିତୀୟ ରିହାତି ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ଯେଉଁଠାରେ ଆପଣଙ୍କୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିପାରିବ । ଏହାପରେ ଜାନୁଆରୀ ୩୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ରିହାତି ଅଫରରେ ୭୦ ପ୍ରତିଶତ ଛାଡ଼ କରାଯିବା ନେଇ ଯୋଜନା ରହିଛି । 

ଠିକ୍‌ ସମୟରେ ଟଙ୍କା ଦେଲେ ମିଳିବ ଫାଇଦା

ଯେଉଁମାନେ ଠିକ୍‌ ସମୟରେ କମ୍ପାନୀ ପାଖରେ ଟଙ୍କା ପୈଠ କରୁଛନ୍ତି ସେମାନଙ୍କୁ ବଡ଼ ଲାଭ ମିଳିବାକୁ ଯାଉଛି । ଏହାସହ କମ୍ପାନୀ ପକ୍ଷରୁ କୁହାଯାଇଛି ଗ୍ରୀଷ୍ମଦିନ ଲାଗି ଆମେ ସବୁପ୍ରକାର ବ୍ୟବସ୍ଥା କରୁଛୁ । ଯେଉଁମାନେ ଠିକ୍‌ ସମୟରେ ଟଙ୍କା ଦେଉଛନ୍ତି ସେମାନେ କୌଣସି ଅସୁବିଧାର ସାମ୍ନା କରିବେ ନାହିଁ । ହେଲେ ଯେଉଁ ଉପଭୋକ୍ତାମାନେ ଠିକ୍‌ ସମୟରେ ଟଙ୍କା ଦେଉନାହାନ୍ତି କିମ୍ବା ବକେୟା ଦେୟ ଦେଇନାହାନ୍ତି ସେମାନେ ଆଗାମୀ ଗ୍ରୀଷ୍ମ ଦିନରେ ହଇରାଣ ହୋଇପାରନ୍ତି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ବିଜୁଳି ବିଲ୍‌କୁ ନେଇ ଓଡ଼ିଶାରେ ବି ସମସ୍ୟା ରହିଛି । ଠିକ୍‌ ସମୟରେ ଦେୟ ଦେଉନାହାନ୍ତି ଖାଉଟି। ଅନେକ ସମୟରେ ଘରୋଇକରଣ ହେବା ପରେ ବିନା କୌଣସି କାରଣରେ ଅଧିକ ଟଙ୍କାର ଜୋରିମାନା କମ୍ପାନୀ ଆଦାୟ କରୁଥିବା ନେଇ ଅଭିଯୋଗ ଆସେ । ବେଳେ ବେଳେ ସ୍ଥିତି ଏମିତି ବି ହୁଏ କି, ଲୋକମାନେ ବିଜୁଳି କର୍ମଚାରୀଙ୍କୁ ମାଡପିଟ ବି କରନ୍ତି । ତେବେ ଏମିତି ସ୍ଥିତିରେ ରିହାତି ପାଇଁ ବିଜୁଳି ସରବରାହକୁ ଠିକ୍‌ରେ ବ୍ୟବହାର କରିବାକୁ ଯେଉଁ ଅପିଲ କରାଯାଇଛି ତାହାକୁ ନେଇ ଚର୍ଚ୍ଚା ଚାଲିଛି ।