କନକ ବ୍ୟୁରୋ: ସାହିତ୍ୟ ପାଇଁ ଚଳିତବର୍ଷର ନୋବେଲ ପୁରସ୍କାର ଘୋଷିତ । ହଙ୍ଗେରିର ପ୍ରଖ୍ୟାତ ଲେଖକ ଲାସଲୋ କ୍ରାଜନାହୋରକାଇଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ମିଳିବ । ତାଙ୍କ ଉପନ୍ୟାସ ହର୍ସଟ୍ ୦୭୭୬୯ ପାଇଁ ଏହି ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି । ୧୯୫୪ ମସିହାରେ ହଙ୍ଗେରି ଓ ରୋମାନିଆ ସୀମାରେ ଥିବା ଗାଁ ଗ୍ବାଲାରେ ଜନ୍ମଗ୍ରହଣ କରିଥିବା କ୍ରାଜନାହୋରକାଇଙ୍କ ଲେଖାର ସ୍ବାତନ୍ତ୍ର୍ୟ ରହିଛି । ଲମ୍ବା ଓ ଜଟିଳ ବାକ୍ୟ ଏବଂ ସେଥିରେ ଲୁଚି ରହିଥିବା ଗଭୀର ଦାର୍ଶନିକ ଅର୍ଥ ଏହାର ସ୍ବାତନ୍ତ୍ର୍ୟ । ତାଙ୍କ ଉପନ୍ୟାସ ହର୍ସଟ୍ ୦୭୭୬୯ରେ ସାଂପ୍ରତିକ ଜର୍ମାନିର ସାମାଜିକ ଅସ୍ଥିରତା, ହିଂସା ଏବଂ ସୌନ୍ଦର୍ଯ୍ୟ ଉପରେ ଏହାର ପ୍ରଭାବର ସୁନ୍ଦର ଚିତ୍ରଣ ପାଇଁ ତାଙ୍କୁ ଚୟନ କରାଯାଇଛି । ସ୍ବିଡିସ ଏକାଡେମୀ ପକ୍ଷରୁ ପ୍ରତିବର୍ଷ ବିଭିନ୍ନ ବିଭାଗରେ ଘୋଷଣା କରାଯାଉଥିବା ନୋବେଲ ପୁରସ୍କାର ମଧ୍ୟରେ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଅନ୍ୟତମ ଲୋକପ୍ରିୟ ଆକର୍ଷଣ । ୧୯୦୧ରୁ ୨୦୨୪ ମଧ୍ୟରେ ମୋଟ୍ ୧୨୧ ଜଣ ସାହିତ୍ୟରେ ନୋବେଲ ପୁରସ୍କାର ପାଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୧୮ ଜଣ ମହିଳା ।
ସାହିତ୍ୟରେ ନୋବେଲ
ପାଇବେ ହଙ୍ଗେରି ଲେଖକ ଲାସଲୋ କ୍ରାଜନାହୋରକାଇ
ଉପନ୍ୟାସ ହର୍ସଟ୍ ୦୭୭୬୯ ପାଇଁ ନୋବେଲ ପୁରସ୍କାର
ଲାସଲୋଙ୍କ ଉପନ୍ୟାସର ସ୍ୱତନ୍ତ୍ର ଆକର୍ଷଣ ରହିଛି
ସ୍ବିଡିସ୍ ନୋବେଲ ଏକାଡେମୀ ପକ୍ଷରୁ ଘୋଷଣା