କନକ ବ୍ୟୁରୋ: ମେଡିସିନ ପାଇଁ ନୋବେଲ ପୁରସ୍କାର ଘୋଷଣା । ଆମେରିକା ବୈଜ୍ଞାନିକ ଭିକ୍ଟର ଆମ୍ବ୍ରୋସ୍ ଓ ଗ୍ୟାରୀ ରୁଭକୁନଙ୍କୁ ଦିଆଯିବ ନୋବେଲ ପୁରସ୍କାର । ମେଡିସିନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନେ ଏହି ପୁରସ୍କାର ପାଇବେ । ମାଇକ୍ରୋ ଆରଏନଏ ବୈଜ୍ଞାନିକଙ୍କ ଆବିଷ୍କାର ଜୀବଜଗତର ବିକାଶ ଓ କାର୍ଯ୍ୟଶୈଳୀ ପାଇଁ ମୌଳିକ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରମାଣିତ ହୋଇଥିବା ନୋବେଲ ଆସେମ୍ବଲୀ କହିଛି । ଚିକିତ୍ସା କ୍ଷେତ୍ରରେ ନୋବେଲ ପୁରସ୍କାର ସ୍ୱିଡେନର କାରୋଲିନସ୍କା ଇନଷ୍ଟିଚ୍ୟୁଟର ନୋବେଲ ଆସେମ୍ବଲୀ ଦ୍ୱାରା ପ୍ରଦାନ କରାଯାଇଥାଏ । ଏହି ଆବିଷ୍କାର ଫଳରେ ଜିନ୍ ନିୟନ୍ତ୍ରଣର ଏକ ନୂଆ ତତ୍ତ୍ୱ ସାମ୍ନାକୁ ଆସିଛି, ଯାହା ମଣିଷ ସମେତ ବହୁକୋଷୀ ଜୀବଙ୍କ ପାଇଁ ଅତ୍ୟାବଶ୍ୟକ ।