କନକ ବ୍ୟୁରୋ: ନୋବେଲ ପୁରସ୍କାରର ଘୋଷଣା ୬ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି । ସମସ୍ତଙ୍କ ନଜର ନୋବେଲ ଶାନ୍ତି ପୁରସ୍କାର ଘୋଷଣା ଉପରେ ରହିଛି । ତେବେ ସବୁଠାରୁ ଉତ୍ସାହର ଏବଂ କୌତୁହଳର କଥା ହେଉଛି ଖୋଲାଖୋଲି ଭାବରେ ନିଜର ଦାବି ପ୍ରକାଶ କରିଥିବା ଟ୍ରମ୍ପ ଏହି ସମ୍ମାନ ପାଇପାରିବେ କି ନାହିଁ । କିନ୍ତୁ ବିଶେଷଜ୍ଞଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ନୋବେଲ ପୁରସ୍କାର ଟ୍ରମ୍ପଙ୍କ ହାତରୁ ଖସି ଯାଇପାରେ । କିଛି ଦିନ ପୂର୍ବରୁ ଟ୍ରମ୍ପ ଗାଜା ଶାନ୍ତି ଫେରାଇ ଆଣିବା ପାଇଁ ଏକ ଚାଲ୍ ମଧ୍ୟ ଚଳାଇଥିଲେ ଯାହା ବିଫଳ ହୋଇଥିଲା । ଖାଲି ଏତିକି ନୁହେଁ ଇସ୍ରାଏଲର ପ୍ରଧାନମନ୍ତ୍ରୀଙ୍କୁ ହ୍ବାଇଟ୍ ହାଉସ୍ କୁ ଡାକି ଦୁଇ ବର୍ଷ ଧରି ଚାଲିଥିବା ଯୁଦ୍ଧ ବନ୍ଦ କରିବା ପାଇଁ ଟ୍ରମ୍ପ ବୁଝାସୁଝା କରିଥିଲେ । କିନ୍ତୁ ଟ୍ରମ୍ପଙ୍କ ଏହି ଆଲୋଚନା ମଧ୍ୟ ଫେଲ୍ ମାରିଥିଲା । ନା ଫେରିଥିଲା ଗାଜାରେ ଶାନ୍ତି ନା ଦୁଇ ଦେଶ ଯୁଦ୍ଧରୁ ବିରତି ନେଇଥିଲେ । ଅପରେସନ ସିନ୍ଦୂର ସମୟରେ ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଭାରତ ଏହି ଦାବିକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଥିଲା । ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ସ୍ପଷ୍ଟ ଭାବରେ କହିଥିଲେ ଯେ ପାକିସ୍ତାନ ଅନୁରୋଧ କରିବା ପରେ ଭାରତ ଅପରେସନ ସିନ୍ଦୂର ସମୟରେ ଅପରେସନ ବନ୍ଦ କରିଥିଲା । କିନ୍ତୁ ଟ୍ରମ୍ପ କହିଥିଲେ ମୋ କଥାରେ ଅସ୍ତ୍ରୋବିରତି ଘୋଷଣା ହୋଇଥିଲା ।
କାମ୍ବୋଡିଆ ଏବଂ ଥାଇଲ୍ୟାଣ୍ଡ ମଧ୍ୟରେ ଏକ ପ୍ରାଚୀନ ଶିବ ମନ୍ଦିର ନିକଟରେ ସୀମାକୁ ନେଇ ପୁଣି ବିବାଦ ଦେଖାଦେଇଥିଲା, ଯେଉଁଥିରେ F-16 ଯୁଦ୍ଧ ବିମାନ ମଧ୍ୟ ବ୍ୟବହାର କରାଯାଇଥିଲା । ଟ୍ରମ୍ପ ଏଥିରେ ମଧ୍ୟ ହସ୍ତକ୍ଷପ କରିଥିଲେ କିନ୍ତୁ ଦୁଇ ଦେଶରେ ଶାନ୍ତି ପ୍ରତିଷ୍ଠା କରିପାରିପଥିଲେ । ଖାଲି ଏତିକି ନୁହେଁ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବାଳେ ମଝିରେ ପଶି ଇସ୍ରାଏକୁ ପଟୁଆ ହୋଇ ଇରାନ ଉପରେ ଆକ୍ରମଣ କରିଥିଲା ଆମେରିକା । ଆଉ ପରମୂର୍ତ୍ତରେ ନିଜ ତରଫରୁ ଘୋଷଣା କରିଥିଲେ ସିଜ୍ଫାୟାର କିନ୍ତୁ ଏହାକୁ ମାନିନଥିଲା ଇରାନ୍ । ଯୁଦ୍ଧରତ ଦେଶ ମାନଙ୍କ ମଧ୍ୟରେ ଶାନ୍ତି ଆଣିବାରେ ବିଫଳ ଏବଂ ବିଶ୍ବର ଅନେକ ଦେଶର ଆକ୍ରୋଶର ସିକାର ହେଉଛନ୍ତି ଟ୍ରମ୍ପ । ଏହି ସବୁ କାରଣ ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇ ନପାରନ୍ତି ଟ୍ରମ୍ପ ଯାହା ବିଶେଷଜ୍ଞ କହୁଛନ୍ତି ।