କନକ ବ୍ୟୁରୋ: ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ନିହୋନ ହିଡାନକ୍ୟୋକୁ ନୋବେଲ ଶାନ୍ତି ପୁରସ୍କାର । ଜାପାନର ସଙ୍ଗଠନ ‘ନିହନ ହିଣ୍ଡାନକ୍ୟୋ’ ।

Advertisment

ମଧ୍ୟପ୍ରାଚ୍ୟଠାରୁ ଆରମ୍ଭ କରି  ଋଷିଆ ଓ ୟୁକ୍ରେନ ପର୍ୟ୍ୟନ୍ତ ସବୁଠି ଯୁଦ୍ଧ ଚାଲିଛି । ଏଭଳି ସ୍ଥିତିରେ ଏଥର କାହାକୁ ମିଳିବ ନୋବେଲ ଶାନ୍ତି ପୁରସ୍କାର, ତାହାକୁ ନେଇ ସମସ୍ତେ ଚିନ୍ତାରେ ଥିଲେ । ବିଶ୍ୱର ବିଭିନ୍ନ ସ୍ଥାନରେ ଚାଲିଥିବା ବିବାଦ ମଧ୍ୟରେ ନୋବେଲ ଶାନ୍ତି ପୁରସ୍କାର ବିଜେତାଙ୍କ ଘୋଷଣା କରାଯାଇଛି । ଜାପାନର ଅନୁଷ୍ଠାନ ନିହୋନ ହିଡାନକ୍ୟୋକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଜାପାନୀ ସଂଗଠନ ପରମାଣୁ ଅସ୍ତ୍ରମୁକ୍ତ ବିଶ୍ୱ ପାଇଁ  କାର୍ଯ୍ୟ କରୁଛି ।