ଆଳୁ ସମସ୍ୟାକୁ ନେଇ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । କେଜି ପିଛା ୩୦ ଟଙ୍କାରେ ଗ୍ରାହକଙ୍କୁ ମିଳିବ ଆଳୁ । ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରାଯାଉଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ । ସେ କହିଛନ୍ତି, ଆଳୁ ସମସ୍ୟା ନାହିଁ, କେହି ଚିନ୍ତିତ ହୁଅନ୍ତୁନି, ଉତ୍ତର ପ୍ରଦେଶରୁ ଆଳୁ ଅର୍ଡର ହେଇଛି । ଗ୍ରାହକକୁ ୩୦ ଟଙ୍କାରେ ଆଳୁ ମିଳିବ । ଏହି ସମସ୍ୟା ଆଜିର ନୁହେଁ କହି ପୂର୍ବ ସରକାର ଉପରେ ଦୋଷ ଠେଲିଛନ୍ତି ମନ୍ତ୍ରୀ ।

Advertisment

ନୂଆ ସରକାର ଅନେକ ଯୋଜନା କରୁଛନ୍ତି । ଟିକେ ସମୟ ଲାଗିବ । କିନ୍ତୁ ସମସ୍ୟାର ସମାଧାନ ହୋଇଯିବ । ୫୮ ଟି ଶୀତଳ ଭଣ୍ଡାର ନିର୍ମାଣ କାମ ଆରମ୍ଭ ହେଉଛି, ଟିକେ ସମୟ ଲାଗିବ ବୋଲି କହିଛନ୍ତି ମନ୍ତ୍ରୀ । ପଶ୍ଚିମବଙ୍ଗରୁ ଆଳୁ ପଠାଇବାକୁ ସେଠାକାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନା କରିଦେବା ପରେ ରାଜ୍ୟରେ ପୁଣି ଆଳୁ ସଙ୍କଟ ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି ।