କନକ ବ୍ୟୁରୋ: ଅପରାଧ ବଢିଚାଲିଛି ଏବଂ ମାମଲା ପଡି ରହିଛି । ବିଧାନସଭାରେ ଏପରି ଏକ ସାଙ୍ଘାତିକ ତଥ୍ୟ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିଧାୟକ ସନାତନ ମହାକୁଡଙ୍କ ପ୍ରଶ୍ନରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ, ୨୦୨୪-୨୫ ବର୍ଷରେ ୨୮୬୯ ଟି ମାମଲା ପେଣ୍ଡିଂ ରହିଛି ।
ସେହିପରି ୨୦୨୪-୨୫ରେ ୧୯୧୦ ମାମଲା ପଞ୍ଜିକୃତ ହୋଇଛି ଏବଂ ୧୮୦୩ଟି ମାମଲାର ବିଚାର ହୋଇଛି । ତଥ୍ୟ ଅନୁସାରେ, ବିଶେଷ କରି ଖୋର୍ଦ୍ଧାରେ ୪୫୦ଟି ମାମଲା ପଡିରହିଥିବାବେଳେ କଟକରେ ୩୦୯ ଟି ମାମଲା ପଡିରହିଛି । ସେହିପରି କେନ୍ଦ୍ରାପଡାରେ ୨୧୬ ଟି ମାମଲା ପଡିରହିଥିବାବେଳେ ପୁରୀରେ ମଧ୍ୟ ୨୧୦ ମାମଲା ପଡିରହିଛି ବୋଲି ବିଧାନସଭାରେ ତଥ୍ୟ ରଖିଛନ୍ତି ପ୍ରଭାତୀ ପରିଡା ।