ଫିଟନେସ୍ ନଥିଲେ ରାସ୍ତାରେ ଗଡ଼ିପାରିବନି ଗାଡ଼ି । କଟକରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ATS ବ୍ୟବସ୍ଥା ।

Advertisment

ଏଣିକି ଫିଟନେସ୍ ନଥିଲେ ରାସ୍ତାରେ ଗଡ଼ିପାରିବନି ଗାଡ଼ି । କଟକରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ATS ବ୍ୟବସ୍ଥା । ପ୍ରଥମ ଦିନରେ ୭୩ ଗାଡ଼ି ଯାଞ୍ଚ । ନରାଜ ଯାଇ ସ୍ଥିତି ଅନୁଧ୍ୟାନ କଲେ ପରିବହନ କମିଶନର ।

Updated On

ଏଣିକି ଫିଟନେସ୍ ନଥିଲେ ରାସ୍ତାରେ ଗଡ଼ିପାରିବନି ଗାଡ଼ି । କଟକରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ATS ବ୍ୟବସ୍ଥା । ପ୍ରଥମ ଦିନରେ ୭୩ ଗାଡ଼ି ଯାଞ୍ଚ । ନରାଜ ଯାଇ ସ୍ଥିତି ଅନୁଧ୍ୟାନ କଲେ ପରିବହନ କମିଶନର ।

ଅଦ୍ୟତନ ହୋଇଛି
Fitness

କନକ ବ୍ୟୁରୋ: ଏଣିକି ଫିଟନେସ୍ ନଥିଲେ ରାସ୍ତାରେ ଗଡ଼ିପାରିବନି ଗାଡ଼ି । କଟକରେ ଆରମ୍ଭ ହୋଇଛି ଅଟୋମେଟେଡ଼ ଟେଷ୍ଟିଂ ଷ୍ଟେସନ ବା ଏଟିଏସ ବ୍ୟବସ୍ଥା । ପ୍ରଥମ ଦିନରେ ୭୩ ଗାଡ଼ି ଯାଞ୍ଚ କରାଯାଇଛି । ରାଜ୍ୟରେ ପ୍ରଥମ ଥର କଟକରେ ଆରମ୍ଭ ହୋଇଥିବା ଏଟିଏସ୍ ବ୍ୟବସ୍ଥାରେ ଗତକାଲି ଠାରୁ ତ୍ରୁଟିଶୂନ୍ୟ ପରୀକ୍ଷା କରାଯାଇଛି । ଚାରି ଚକିଆରୁ ଦଶ ଚକିଆ ଗାଡ଼ି ଏହି ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ପ୍ରଥମ ଦିନରେ ପରିବହନ କମିଶନର ଅମିତାଭ ଠାକୁର ନରାଜ ସ୍ଥିତ ଏହି କେନ୍ଦ୍ର ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । 

କେନ୍ଦ୍ରୀୟ ମୋଟରଯାନ ନିୟମ ଅନୁଯାୟୀ ଗାଡ଼ିର ଫିଟନେସ ପରୀକ୍ଷା ପାଇଁ ଏଟିଏସ ବ୍ୟବସ୍ଥା କାର୍ୟ୍ୟକାରୀ କରାଯାଇଛି । ଖୁବଶୀଘ୍ର ରାଜ୍ୟରେ ଆହୁରି ୨୧ ଟି ସ୍ଥାନରେ ଏହି ଏଟିଏସ ସ୍ଥାପନ କରାଯିବ । ପୂର୍ବରୁ ଫିଟନେସ ସାର୍ଟିଫିକେଟ ତଥା ଗାଡ଼ିର ପଞ୍ଜୀକରଣ ନ‌ବୀକରଣ ଅଧିକାରୀଙ୍କ ମାଧ୍ୟମରେ ମୂଲ୍ୟାୟନ ଆଧାରରେ ଏହା କରାଯାଉଥିଲା । ଏହି ପରୀକ୍ଷଣ ବ୍ୟବସ୍ଥାକୁ ସ୍ବଚ୍ଛତାର ସହ କରିବାକୁ ଫିଟନେସ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ହୋଇଥିଲା । ସେଥିପାଇଁ ଏଟିଏସ୍ ମାଧ୍ୟମରେ ରାସ୍ତାକୁ ଯିବା ପାଇଁ ଯୋଗ୍ୟ ନଥିବା ଗାଡ଼ିଗୁଡ଼ିକ ସ୍ବୟଂକ୍ରିୟ ପଦ୍ଧତିରେ ବାଦ୍ ପଡ଼ିବେ । ଯାହା ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ ସହାୟକ ହେବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe