କନକ ବ୍ୟୁରୋ : ମାନସିକ ବିକାରଗ୍ରସ୍ତଙ୍କ ଚିକିତ୍ସା ନେଇ ଚିନ୍ତା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମାନଙ୍କୁ ମିଳୁନି ଚିକିତ୍ସା । କଟକ, ସମ୍ବଲପୁର, ଗଞ୍ଜାମରେ ସ୍ଥିତି ଉଦବେଗଜନକ ରହିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଲା ସାମାଜିକ ସଶକ୍ତିକରଣ ବିଭାଗ । ତୁରନ୍ତ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଏହି ଚିଠିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିବ୍ୟାଙ୍ଗମାନଙ୍କ ଚିକିତ୍ସା କରାଇବା ନିମନ୍ତେ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ଚିଠିରେ କୁହାଯାଇଛି ଯେ ଘରୋଇ ସଂସ୍ଥା ହାତକୁ ରୋଗୀ ନ ଦେଇ ଚିକିତ୍ସା କରାନ୍ତୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଉ ଆଇଡଲ ସେଣ୍ଟର । ଏହି ସେଣ୍ଟରରେ ୨୦/୩୦ ଜଣ ରୋଗୀଙ୍କ ଚିକିତ୍ସା ହେଉ । ଡିପିଆର ପ୍ରସ୍ତୁତ କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ଚିକିତ୍ସା ସୁବିଧା ନାହିଁ … କୁଆଡ଼େ ଯିବେ ମାନସିକ ବିକାରଗ୍ରସ୍ତ ?
ମାନସିକ ବିକାରଗ୍ରସ୍ତଙ୍କ ଚିକିତ୍ସା ନେଇ ଚିନ୍ତା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମାନଙ୍କୁ ମିଳୁନି ଚିକିତ୍ସା । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଲା ସାମାଜିକ ସଶକ୍ତିକରଣ ବିଭାଗ ।
/kanak/media/media_files/2025/09/02/mentally-challeged-2025-09-02-08-16-00.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)