କନକ ବ୍ୟୁରୋ : ପୁରୀକୁ ୬୫ ଦିନ ଯାଏ ଯିବନି ଟ୍ରେନ୍ । ପୁରୀ ରେଳ ଷ୍ଟେସନର ଚାଲିଛି ନବୀକରଣ । ଷ୍ଟେସନ ପରିସରରେ ଥିବା ରେଳଧାରଣାକୁ କଂକ୍ରିଟ୍ଯୁକ୍ତ କରାଯିବାକୁ ଯୋଜନା ହୋଇଛି । ଅର୍ଥାତ୍ ଟ୍ରାକ୍ରେ ଆଉ ଗୋଡ଼ି ରହିବ ନାହିଁ । ଏହା ସହିତ ୭ ନମ୍ବର ଓ ୮ ନମ୍ବର ପ୍ଲାଟ୍ଫର୍ମର ଉନ୍ନତୀକରଣ ହେବ । ସେଥିପାଇଁ ଆସନ୍ତା ୧୧ ତାରିଖରୁ ମେ ମାସ ୧୬ ତାରିଖ ଯାଏଁ ରେଳ ସେବା ପ୍ରଭାବିତ ହେବ । ଏହି ୬୫ ଦିନ ପର୍ଯ୍ୟନ୍ତ କୌଣସି ଟ୍ରେନ୍ ପୁରୀ ଆସିବ ନାହିଁ ।
ଅଧିକ ପଢ଼ନ୍ତୁ : ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା, ବିଶ୍ବ ମହିଳା ଦିବସରେ ୧ କୋଟି ୨ଲକ୍ଷ ୧୨ହଜାର ୬୬୫ଜଣ ହିତାଧିକାରୀଙ୍କ ଖାତାକୁ ଯିବ ଅର୍ଥ
ଟ୍ରେନ୍ ଗୁଡ଼ିକ ସାକ୍ଷୀଗୋପାଳ, ମାଳତିପାଟପୁର ଓ ବୀରହରେକୃଷ୍ଣପୁର ପର୍ଯ୍ୟନ୍ତ ଆସିବ ଏବଂ ଛାଡ଼ିବ । ସେ ପର୍ଯ୍ୟନ୍ତ ଯିବାଆସିବା ପାଇଁ ବସ୍ ବ୍ୟବସ୍ଥା ହେବ । ଟ୍ରେନ୍ ଛାଡ଼ିବା ଓ ପହଞ୍ଚିବା ସମୟ ସହ ଷ୍ଟେସନ ବାବଦରେ ଯାତ୍ରୀମାନେ ରେଳବାଇ ଅନୁସନ୍ଧାନରୁ ସୂଚନା ସଂଗ୍ରହ କରିବାକୁ ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି । ସାକ୍ଷୀଗୋପାଳ ପର୍ଯ୍ୟନ୍ତ ୭ଟି ଟ୍ରେନ୍ ଆସିବ ଏବଂ ଛାଡ଼ିବ । ସେଗୁଡ଼ିକ ହେଉଛନ୍ତି ଲୋକମାନ୍ୟ ତିଲକ ଏକ୍ସପ୍ରେସ୍, ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ୍, କାମାକ୍ଷା-ପୁରୀ ଏକ୍ସପ୍ରେସ୍, ତିରୁପତି-ପୁରୀ ଏକ୍ସପ୍ରେସ୍, ଦୂରନ୍ତ ଏକ୍ସପ୍ରେସ୍, ଭାଲସାଡ୍-ପୁରୀ ଓ ସମ୍ବଲପୁର ଇଣ୍ଟରସିଟି । ଯେଉଁ ସବୁ ଦିନମାନଙ୍କରେ ଏହି ଟ୍ରେନ୍ ପୁରୀ ଆସୁଥିଲା ସେହି ଦିନରେ ଏ ସବୁ ସାକ୍ଷୀଗୋପାଳରୁ ଛାଡ଼ିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/07/no-trains-2026-03-07-21-25-17.jpg)