କନକ ବ୍ୟୁରୋ :  ନବଯୁଗ କମ୍ପାନୀର ପ୍ରସ୍ତାବିତ ଅସ୍ତରଙ୍ଗ ବନ୍ଦରକୁ ପୁଣି ବିରୋଧ କରିଛନ୍ତି ବିସ୍ଥାପନ ବିରୋଧୀ ଓ ଅସ୍ତରଙ୍ଗ ବ୍ଲକ ପଡିଆରେ ଚାଲିଥିବା ଜନଶୁଣାଣି ଶିବିରରେ ଏକାଠି ହୋଇଛନ୍ତି ହଜାର ହଜାର ପୁରୁଷ ଓ ମହିଳା । ନବଯୁଗ ଇଞ୍ଜିନିୟରିଂ କମ୍ପାନୀର ପରିବେଶ ଭିତିକ ବନ୍ଦର ପ୍ରତିଷ୍ଠା ପାଇଁ ୨୦୦୮ରେ ରାଜ୍ୟ ସରକାରଙ୍କ ସହିତ ଚୁକ୍ତି ହୋଇଥିଲା । ୧୭ ବର୍ଷ ପରେ ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣୀ ହୋଇଛି । ଅସ୍ତରଙ୍ଗ ବ୍ଲକ ପଡ଼ିଆ ଠାରେ ଜଣଶୁଣାଣୀ ବେଳେ ବିରୋଧ ହୋଇଛି । ଜନଶୁଣାଣୀକୁ ପିରଜାହାନିଆ ଭିଟାମାଟି ସୁରକ୍ଷା ମଞ୍ଚ ପକ୍ଷରୁ ବିରୋଧ କରାଯାଇଛି । ହଜାର ହଜାର ବିସ୍ଥାପନ ବିରୋଧୀ ଅସ୍ତରଙ୍ଗ ସମୁଦ୍ର କୂଳରେ ମେଳି ବାନ୍ଧିଛନ୍ତି । ଆଉ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ମରିବୁ ପଛେ ଜମି ଛାଡ଼ିବୁନି କି ବନ୍ଦର କରାଇଦେବୁନି ।

Advertisment

ଯେଉଁଠି ବନ୍ଦର ହେବ ସେଠୀ ଜନଶୁଣାଣି ନକରି ୧୦ କିଲୋମିଟର ଦୂରରେ ଜନଶୁଣାଣୀ ଶିବିର ହୋଇଥିବାରୁ ବିରୋଧ କରିଛନ୍ତି ଭିଟାମାଟି ସୁରକ୍ଷା ମଂଚର ହଜାର ହଜାର ପୁରୁଷ, ମହିଳା ଓ ଛାତ୍ରଛାତ୍ରୀ । ହାତରେ ପ୍ଲା କାର୍ଡ ଧରି ବନ୍ଦରକୁ ତୀବ୍ର ବିରୋଧ କରିଛନ୍ତି । ସମସ୍ତଙ୍କ ମୂହରେ ଗୋଟିଏ ସ୍ବର ମରିବୁ ପଛେ ଜମି ଛାଡ଼ିବୁ ନାହି କି ବନ୍ଦର କରିବାକୁ ଅନୁମତି ଦେବୁନାହି ଓ ବିସ୍ଥାପନ ବିରୋଧୀଙ୍କ  ହଟଗୋଳ ପାଇଁ ଜନଶୁଣାଣୀରେ ଉପସ୍ଥିତ ଥିବା ସବୁ ଅଫିସର ମାନେ ଚୌକି ଛାଡ଼ିଦେଇଥିବା ଦେଖିବାକୁ ମିଳିଥିଲା ଓ ସେପଟେ ପରିବେଶ କର୍ମୀ ସୌମ୍ୟରଞ୍ଜନ ବିଶ୍ବାଳ ଯୋଗଦାନ କରି କହିଛନ୍ତି ବନ୍ଦର ହେଲେ ଅସ୍ତରଙ୍ଗ ଦେବୀ ମୁହାଣର ଜୈବ ବିଭିଦତା ନଷ୍ଟ ହେବ । ଦେବୀ ମୁହାଣକୁ ଆସିବେନି ବିରଳ ଅଲିଭ ରିଡ଼ଲେ କଇଁଛ । 

  ଜନ ଶୁଣାଣି ଶିବିରରେ ପୁରୀ ଜିଲ୍ଲା ପ୍ରଶାସନର ଅତିରିକ୍ତ ଜିଲ୍ଲାପାଳ, ରାଜ୍ୟ ପ୍ରଦୂଷଣ ବୋର୍ଡ ଅଧକାରୀ, ନବଯୁଗ କମ୍ପାନୀର ଅଧିକାରୀ ମାନେ ଯୋଗଦେଇଥିଲେ । ବନ୍ଦର ହେଲେ ସ୍ଥାନୀୟ ଅଞ୍ଚଳରେ ବିକାଶ ହେବ । ଅର୍ଥନୀତି କ୍ଷେତ୍ରରେ ଏହି ଅଞ୍ଚଳ ବହୂ ଆଗକୁ ଯିବ ଓ ବିଶେଷକରି ବହୁ ବେକାରି ଯୁବକ ନିଯୁକ୍ତି ପାଇବେ ବୋଲି ସେମାନେ କହିଥିଲେ ।