କନକ ବ୍ୟୁରୋ : ବରଗଡ ଧନୁଯାତ୍ରାରେ ଯୁବତୀ ନିଖୋଜ ଘଟଣାରେ ବରଗଡ ପୋଲିସକୁ ରିପୋର୍ଟ ପ୍ରଦାନ କଲା ଭିମସାର। ଭିମସାର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ରିପୋର୍ଟ ପ୍ରଦାନ କରିଛି । ଯୁବତୀଙ୍କୁ ଦୁଷ୍କର୍ମ ହୋଇନଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଏଥିସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗରେ ବିରାମ ଲାଗିଛି । ଗତ ୧୨ ତାରିଖରେ ଧନୁଯାତ୍ରା ଦେଖିବାକୁ ଯାଇ ବରଗଡ଼ ଟାଉନ ଥାନା ଅଞ୍ଚଳର ଜଣେ ଯୁବତୀ ଆଉ ଘରକୁ ଫେରିନଥିଲେ । ପରିବାରବର୍ଗ ଥାନାରେ ନିଖୋଜ ଏତଲା ଦେଇଥିଲେ ମଧ୍ୟ ପୁଲିସ ଏହାକୁ ଗୁରୁତ୍ବର ସହ ନେଇନଥିଲା । ଫଳରେ ୩୬ ଘଣ୍ଟା ପରେ ଯୁବତୀଙ୍କୁ ପରିବାରବର୍ଗ ରକ୍ତାକ୍ତ ଅବସ୍ଥାରେ କୁର୍ଲା ଜଙ୍ଗଲରୁ ଉଦ୍ଧାର କରିଥିଲେ । ଏବେ ଯୁବତୀଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଅନ୍ୟପଟେ ପରିବାରବର୍ଗ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ଦେଶ୍ୟ ରଖି ଜଙ୍ଗଲରେ ଫିଙ୍ଗି ଦିଆଯାଇଥିବା ଥାନାରେ ଏତଲା ଦେଇଥିଲେ । ହେଲେ ଏବେ ଡାକ୍ତରଙ୍କ ରିପୋର୍ଟ ପରେ ଏହା ସ୍ପଷ୍ଟ ହୋଇଛି, ଯୁବତୀଙ୍କୁ ଦୁଷ୍କର୍ମ ହୋଇନାହିଁ ।
ବରଗଡ଼ ଜଙ୍ଗଲରୁ ମୁର୍ମୂଷୁ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣା । ବରଗଡ଼ ପୁଲିସକୁ ରିପୋର୍ଟ ପ୍ରଦାନ କଲା ଭିମସାର
ରଗଡ ଧନୁଯାତ୍ରାରେ ଯୁବତୀ ନିଖୋଜ ଘଟଣାରେ ବରଗଡ ପୋଲିସକୁ ରିପୋର୍ଟ ପ୍ରଦାନ କଲା ଭିମସାର। ଭିମସାର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ରିପୋର୍ଟ ପ୍ରଦାନ କରିଛି । ଯୁବତୀଙ୍କୁ ଦୁଷ୍କର୍ମ ହୋଇନଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।
/kanak/media/media_files/2025/01/20/Og4Tq2nvzb6HzAE9yo2D.jpg)