କନକ ବ୍ୟୁରୋ: ସରିଲା ବାରବାଟୀରେ ଟିକେଟ୍ ବିକ୍ରି । ତଥାପି ଟିକେଟ୍ ପାଇଁ ଲମ୍ବା ଲାଇନ୍ରେ ଲୋକେ । କାଳେ କାଉଣ୍ଟର ଖୋଲିବ କିଛି ଟିକେଟ୍ ମିଳିବ, ସେ ଆଶାରେ କାଉଣ୍ଟର ଆଗରେ ରାତିରୁ ଲାଇନ୍ରେ ଛିଡା ହୋଇଛନ୍ତି କ୍ରିକେଟ୍ପ୍ରେମୀ । ଗତକାଲି ଟିକେଟ୍ ପାଇଁ ପ୍ରବଳ ଠେଲାପେଲା ଦେଖିବାକୁ ମିଳିଥିଲା । ଭିଡ ନିୟନ୍ତ୍ରଣ ପାଇଁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା । ଅଫଲାଇନରେ ୧୦ହଜାର ୮୦ ଟିକେଟ୍ ବିକ୍ରି ହେବା ପରେ କାଉଣ୍ଟର ବନ୍ଦ ହୋଇଥିଲା । ସବୁ ଟିକେଟ୍ ଶେଷ ହୋଇଛି ବୋଲି କୁହାଯାଇଥିବା ବେଳେ ଆଜି ପୁଣି ଟିକେଟ୍ ଆଶାରେ କ୍ରିକେଟ୍ ପ୍ରେମୀ ଭିଡ଼ ଜମାଇଛନ୍ତି ।
ବୁଧବାର ଅଫଲାଇନ୍ ଟିକେଟ ବିକ୍ରିର ପ୍ରଥମ ଦିନରେ କାଉଣ୍ଟରରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା। ପୂର୍ବଦିନ ରାତିରୁ ମହୖଳା ପୁରୁଷ ସବୁ ଲାଇନ ଲଗାଇଥିଲେ। ହେଲେ ଭିଡ ଏତେ ହେଲା ଯେ, ନିୟନ୍ତ୍ରଣ କରିବା ପୋଲିସ ପାଇଁ କଷ୍ଟକର ହୋଇପଡିଲା। କିଛି ବ୍ୟକ୍ତି ଭିଡ ଭିତରେ ତୋଶୂନ୍ୟ ହୋଇପଡିଲେ। ଚଢାଚଢି ପରିସ୍ଥିତି ହେବାରୁ ବାଧ୍ୟହୋଇ ପୋଲିସ ପାଣିମାଡ କରିଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/06/WGJQbii8E6ARNINyp3j3.jpg)