ଇରାନକୁ ମିଳୁନି ଋଷ ଓ ଚୀନର ସାହାଯ୍ୟ, ୟୁକ୍ରେନ ସହ ଲଢ଼ୁଛି ମସ୍କୋ, ଆର୍ଥିକ ସ୍ୱାର୍ଥରେ ବେଜିଂ ବ୍ୟସ୍ତ

Advertisment

ପଶ୍ଚିମ ଏସିଆରେ ଯୁଦ୍ଧର କଳା ବାଦଲ ଭିତରେ  ଇସ୍ରାଏଲର ପ୍ରତିଶୋଧ ଏବଂ ଇରାନର ପାଲଟା ଆକ୍ରମଣ ଭିତରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ – ଇରାନ କ’ଣ ଏକା ପଡ଼ିଯାଇଛି? ଯେଉଁ ରୁଷ ଏବଂ ଚୀନକୁ ଇରାନ ନିଜର ପରମ ମିତ୍ର ବୋଲି ଭାବୁଥିଲା, ସେମାନେ ଆଜି ଯୁଦ୍ଧ ମଇଦାନରେ ଖୋଲାଖୋଲି ଇରାନକୁ ସାହାଯ୍ୟ କରିବାକୁ କାହିଁକି  କୁଣ୍ଠାବୋଧ କରୁଛନ୍ତି।

ପଶ୍ଚିମ ଏସିଆରେ ଯୁଦ୍ଧର କଳା ବାଦଲ ଭିତରେ  ଇସ୍ରାଏଲର ପ୍ରତିଶୋଧ ଏବଂ ଇରାନର ପାଲଟା ଆକ୍ରମଣ ଭିତରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ – ଇରାନ କ’ଣ ଏକା ପଡ଼ିଯାଇଛି? ଯେଉଁ ରୁଷ ଏବଂ ଚୀନକୁ ଇରାନ ନିଜର ପରମ ମିତ୍ର ବୋଲି ଭାବୁଥିଲା, ସେମାନେ ଆଜି ଯୁଦ୍ଧ ମଇଦାନରେ ଖୋଲାଖୋଲି ଇରାନକୁ ସାହାଯ୍ୟ କରିବାକୁ କାହିଁକି  କୁଣ୍ଠାବୋଧ କରୁଛନ୍ତି।

A7

କନକ ବ୍ୟୁରୋ :  ଆମେରିକା-ଇସ୍ରାଏଲ୍ ଆକ୍ରମଣରେ ଇରାନ ଥରହର ହେଉଥିବା ବେଳେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ରୁଷ ଏବଂ ଚୀନ ଭଳି ଶକ୍ତିଶାଳୀ ବନ୍ଧୁ ରାଷ୍ଟ୍ର ଉପରେ ଇରାନ ଆଉ ଭରସା କରିପାରିବ ନାହିଁ। ବିଶେଷଜ୍ଞଙ୍କ ଅନୁଯାୟୀ, ରୁଷ ନିଜେ ୟୁକ୍ରେନ ଯୁଦ୍ଧରେ ବ୍ୟସ୍ତ ଥିବା ବେଳେ ଚୀନ ନିଜର ଆର୍ଥିକ ସ୍ୱାର୍ଥ ପାଇଁ ଆମେରିକା ସହ ସିଧାସଳଖ ସଂଘର୍ଷ ଚାହୁଁନାହିଁ। ଉଭୟ ଦେଶ କେବଳ କୂଟନୈତିକ ସମର୍ଥନ ଦେଉଛନ୍ତି, କିନ୍ତୁ ସାମରିକ ସହାୟତା ପାଇଁ ପଛଘୁଞ୍ଚା ଦେଇଛନ୍ତି।

ଅଧିକ ପଢନ୍ତୁ.ଇରାନର ପ୍ରତିଆକ୍ରମଣରେ ଭୟଭୀତ ଆମେରିକା, ଏୟାର ଡିଫେନ୍ସ ସିଷ୍ଟମକୁ ନେଇ ଉଠିଲା ପ୍ରଶ୍ନ

 ପଶ୍ଚିମ ଏସିଆରେ ଯୁଦ୍ଧର କଳା ବାଦଲ ଭିତରେ  ଇସ୍ରାଏଲର ପ୍ରତିଶୋଧ ଏବଂ ଇରାନର ପାଲଟା ଆକ୍ରମଣ ଭିତରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ – ଇରାନ କ’ଣ ଏକା ପଡ଼ିଯାଇଛି? ଯେଉଁ ରୁଷ ଏବଂ ଚୀନକୁ ଇରାନ ନିଜର ପରମ ମିତ୍ର ବୋଲି ଭାବୁଥିଲା, ସେମାନେ ଆଜି ଯୁଦ୍ଧ ମଇଦାନରେ ଖୋଲାଖୋଲି ଇରାନକୁ ସାହାଯ୍ୟ କରିବାକୁ କାହିଁକି  କୁଣ୍ଠାବୋଧ କରୁଛନ୍ତି। ରୁଷ ନିଜେ ୟୁକ୍ରେନ ସହ ଯୁଦ୍ଧରେ ବ୍ୟସ୍ତ ଥିବାବେଳେ, ଚୀନ୍ ନିଜର ବାଣିଜ୍ୟିକ ସ୍ୱାର୍ଥ ପାଇଁ ଆମେରିକା ସହ ଶତ୍ରୁତା ମୂଳକ ପରିସ୍ଥିତି ଚାହୁଁନାହିଁ। ଅନ୍ୟପଟେ, ଆରବ ଦେଶଗୁଡ଼ିକ ସହ ଖରାପ ସମ୍ପର୍କ ଏବଂ ପାଶ୍ଚାତ୍ୟ ପ୍ରତିବନ୍ଧକର ଭୟ, ଏହି ଦୁଇ ଶକ୍ତିଶାଳୀ ଦେଶକୁ ଇରାନଠାରୁ ଦୂରେଇ ରଖିଛି। ଏଭଳି ସଙ୍କଟ ସମୟରେ ଭାରତର ଶାନ୍ତିପୂର୍ଣ୍ଣ ଆଭିମୁଖ୍ୟ ଏବଂ ସନ୍ତୁଳିତ ନୀତି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। 

କ’ଣ ହେବ ଇରାନର ଭବିଷ୍ୟତ? 

  • ରୁଷ ନିଜେ ୟୁକ୍ରେନ ସହିତ ଯୁଦ୍ଧରେ ଜଡ଼ିତ ଅଛି, ଯେଉଁଥିପାଇଁ ତାର ସୈନ୍ୟ ଏବଂ ଅର୍ଥନୈତିକ ସମ୍ବଳ ସୀମିତ ହୋଇଯାଇଛି
  • ଚୀନ୍ ବିଶ୍ୱ ଅର୍ଥନୀତି ସହିତ ଗଭୀର ଭାବେ ଜଡ଼ିତ
  • ଇରାନକୁ ସାହାଯ୍ୟ କରି ଆମେରିକା ଏବଂ ୟୁରୋପ ସହିତ ନିଜର ବାଣିଜ୍ୟିକ ସମ୍ପର୍କ ଖରାପ କରିବାକୁ ଚାହୁନାହିଁ
  • ରୁଷ ଏବଂ ଚୀନ୍ ଉଭୟଙ୍କର ସାଉଦି ଆରବ ଓ ୟୁଏଇ ଭଳି ପ୍ରଭାବଶାଳୀ ଆରବ ଦେଶ ସହ ଭଲ ସମ୍ପର୍କ ଅଛି
  • ଇରାନ ପକ୍ଷ ନେଲେ ସାଉଦି ଓ ୟୁଏଇ ଅସନ୍ତୁଷ୍ଟ ହୋଇପାରନ୍ତି
  • ଇସ୍ରାଏଲ୍ ସହିତ ରୁଷର ଏକ ଗୁପ୍ତ ବୁଝାମଣା ରହିଛି, ବିଶେଷ କରି ସିରିଆ ମାମଲାରେ
  • ତେଣୁ ରୁଷ ଇସ୍ରାଏଲ ବିରୁଦ୍ଧରେ ସିଧାସଳଖ ଯିବାକୁ କୁଣ୍ଠାବୋଧ କରୁଛି
  • ଇରାନକୁ ସାମରିକ ସହାୟତା ଦେଲେ ଆମେରିକା ରୁଷ ଏବଂ ଚୀନ୍ ଉପରେ ଅଧିକ କଠୋର ପ୍ରତିବନ୍ଧକ ଲଗାଇପାରେ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe