ଶରୀର ପାଇଁ ‘ସ୍ଲୋ ପଏଜନ୍’ ସିଗାରେଟ୍, ଆପଣଙ୍କ ଅଭ୍ୟାସ ଛୁଆଙ୍କ ପାଇଁ କାଳ

Advertisment

ଅଫିସ୍ ଟେନସନ୍ ହେଉ କି ଘର ଟେନସନ୍, କିମ୍ୱା ଅନ୍ୟ କୌଣସି ଟେନସନ୍ ହେଉ... ସବୁ ଟେନସନକୁ ଦୂର କରିବା ପାଇଁ ଏବେ ଯୁବପୀଢିମାନେ ସିଗାରେଟକୁ ଆପଣାଇ ନେଇଛନ୍ତି ।

ଅଫିସ୍ ଟେନସନ୍ ହେଉ କି ଘର ଟେନସନ୍, କିମ୍ୱା ଅନ୍ୟ କୌଣସି ଟେନସନ୍ ହେଉ... ସବୁ ଟେନସନକୁ ଦୂର କରିବା ପାଇଁ ଏବେ ଯୁବପୀଢିମାନେ ସିଗାରେଟକୁ ଆପଣାଇ ନେଇଛନ୍ତି ।

cigaret

Photograph: (kanaknews)

କନକ ବ୍ୟୁରୋ : ଅଫିସ୍ ଟେନସନ୍ ହେଉ କି ଘର ଟେନସନ୍, କିମ୍ୱା ଅନ୍ୟ କୌଣସି ଟେନସନ୍ ହେଉ... ସବୁ ଟେନସନକୁ ଦୂର କରିବା ପାଇଁ ଏବେ ଯୁବପିଢିମାନେ ସିଗାରେଟକୁ ଆପଣାଇ ନେଇଛନ୍ତି । କିଛି ଲୋକ ପ୍ରେସରରେ ଆସି ସିଗାରେଟ୍ ଟାଣୁଛନ୍ତି ତ ଆଉ କିଛି ଲୋକ ମଜା ମସ୍ତି ପାଇଁ ସିଗାରେଟ୍ ଟାଣୁଛନ୍ତି । ଖାସ କରି ସନ୍ଧ୍ୟା ହେଲେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଓମଫେଡରେ ଟୋକାଟୋକାଳିଆଙ୍କ ଭିଡ ଦେଖିବାକୁ ମିଳିଯିବ । ଗୋଟିଏ ହାତେର ଚା’ ଆଉ ଗୋଟେ ହାତରେ ସିଗାରେଟ୍... ଓଃ... ଖାତିରି ଅଲଗା ପ୍ରକାର... କିନ୍ତୁ କେହି ବୁଝନ୍ତିନି ନିଜ ଭିତରକୁ ନେଉଥିବା ସିଗାରେଟ୍ ଧୂଆଁ, ଧିରେଧିରେ ତାଙ୍କ ଶରୀରକୁ ଭିତରୁ ଖାଇ ଚାଲିଛି । ବୟସ ଅଛି, ଶରୀର ସବୁ ରୋଗ ସହ ଲଢେଇ କରୁଛି କିନ୍ତୁ କେତେ ଦିନ୍? ବେଳ ଥାଉ ଥାଉ ସଚେତନ ହେବାର ଆବଶ୍ୟକତା ରହିଛି । 

ଗାଡିଟିଏ ଖରାପ ହୋଇଗଲେ ତାକୁ ଗ୍ୟାରେଜକୁ ନେଇ ରିପେୟାର୍ କରି ହୋଇଯାଏ । କୌଣସି ପାର୍ଟ୍ସ ଭାଙ୍ଗିଯାଇଥିଲେ, ଦୋକାନରୁ ନୂଆ ପାର୍ଟସ୍ କିଣି ଆଣି ଗାଡିରେ ଫିଟ୍ କରିଦିଆଯାଏ କିନ୍ତୁ ମଣିଷ ଶରୀରର କୌଣସି ଅଙ୍ଗ ଖରାପ ହୋଇଗଲେ ତାହା କୌଣସି ଦୋକାନରେ ମିଳେନାହିଁ । ଜୀବନ ଯାକ କଷ୍ଟରେ ଦିନ ବିତାଇବାକୁ ପଡିଥାଏ । କିମ୍ୱା ମଣିଷର ଜୀବନ ଚାଲିଯାଏ । ସିଗାରେଟ ଟାଣିବା ଦ୍ୱାରା ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ । ଫୁସଫୁସ କ୍ୟାନ୍ସର, ହୃଦଘାତ ଭଳି ଘାତକ ସମସ୍ୟା ସୃଷ୍ଟି ହୋଇଥାଏ । କେତେକ ସ୍ଥାନରେ ରୋଗୀ ଚିକିତ୍ସାରେ ଟଙ୍କା ଖର୍ଚ୍ଚ କରି କରି ସର୍ବଶାନ୍ତ ହୋଇଯାଏ ତ ଆଉ କେତେକ ସ୍ଥାନରେ ସିଗାରେଟ୍ ଜୀବନ ନେଇଯାଇଥାଏ । 

ସିଗାରେଟ୍ ଧୂଆଁ ପିଲାଙ୍କ ପାଇଁ କାଳ 
ଜଣେ ବ୍ୟକ୍ତି ଯେତେବେଳେ ସିଗାରେଟ୍ ଟାଣନ୍ତି ଏହାର ସଂପୂର୍ଣ୍ଣ ମାତ୍ରା ଫୁସଫୁସ୍ କୁ ନଯାଇ କିଛି ଧୂଆଁ ମାଧ୍ୟମରେ ବାୟୁରେ ମିଶିଯାଏ ଏବଂ ବାୟୁ ଦ୍ୱାରା ଅନ୍ୟ ଜଣଙ୍କ ଭିତରକୁ ଧୂଆଁ ପ୍ରବେଶ କରେ । ଏହି ପ୍ରକିୟାକୁ ସେକେଣ୍ଡ ହ୍ୟାଣ୍ଡ ସ୍ମୋକିଙ୍ଗ୍ ବୋଲି କୁହାଯାଏ ଯାହାର ଅଧିକ ପ୍ରଭାବ ଛୋଟଛୁଆଙ୍କ ଉପରେ ପଡ଼େ । ୟୁମେଟାଇଡ୍ ଅର୍ଥରାଇଟିସରେ ଶରୀରର ଇମ୍ୟୁନ୍ ସିଷ୍ଟମ୍ ହିଁ ଗଣ୍ଠି ଉପରେ ଭାରି ପଡ଼ିଯାଏ , ଯାହାଦ୍ୱାରା ଗଣ୍ଠି ଦରଜ ଏବଂ ଫୁଲିବା ଭଳି ସମସ୍ୟା ମଧ୍ୟ ଦେଖାଯାଏ । ଚଲାବୁଲା କରିବା ବେଳେ କଷ୍ଟ ଅନୁଭବ ହୁଏ । ଯେଉଁ ଲୋକଙ୍କ ଭିତରେ ଏଭଳି ସମସ୍ୟା ଦେଖାଯାଏ ସେମାନଙ୍କ ଚିକିତ୍ସା ଉପରେ ଧ୍ୟାନ ଦିଆଯିବା ସହ କିଛି ଖାଦ୍ୟପେୟ ଉପରେ କଣ୍ଟ୍ରୋଲ୍ କରିବାର ଆବଶ୍ୟକତା ପଡ଼ିଯାଏ । ଅବହେଳା ହେଲେ ସମସ୍ୟା ସ୍ଥାୟୀ ରୂପ ନେଇ ଦିବ୍ୟାଙ୍ଗତା ଆଡ଼କୁ ମଧ୍ୟ ନେଇପାରେ । ସର୍ଭେ ଅନୁସାରେ ୟୁମେଟାଇଡ୍ ଅର୍ଥରାଇଟିସ ଏକ ଜଟିଳ ସମସ୍ୟା । ତେଣୁ ଏଥିରେ ସାବଧାନ ରହିବା ମଧ୍ୟ ନିହାତି ଜରୁରୀ । ପରିବାରରେ ଯଦି ଏହି ସମସ୍ୟା ଆଗରୁ ରହିଛି ତାହେଲେ ସେକେଣ୍ଡ ହ୍ୟାଣ୍ଡ ସ୍ମୋକ୍ କରିବା ଆଦୌ ଠିକ୍ ନୁହଁ । ଏଥିରେ ପିଲାଙ୍କ ଫୁସଫୁସ୍ ସମ୍ବନ୍ଧ ସମସ୍ୟା ମଧ୍ୟ ଦେଖାଯାଏ । ବିଶେଷଜ୍ଞଙ୍କ ମତରେ ତମାଖୁର ଧୂଆଁରେ ୪୦୦୦ ରୁ ଅଧିକ ରାସାୟନିକ ତତ୍ତ୍ୱ ରହିଥାଏ । ଯେଉଁଥିରେ ୨୫୦ ରୁ ଅଧିକ ରୋଗ ହେବାର ସମ୍ଭାବନା ରହିଥାଏ । ଫୁସଫୁସ୍ ସହ ଏହା ହୃଦରୋଗ ସମସ୍ୟା ମଧ୍ୟ ବଢାଏ ଏବଂ କ୍ୟାନ୍ସର ଭଳି ସମସ୍ୟା  ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । 

ଆଜି ମାର୍ଚ୍ଚ ୧୨ତାରିଖ, ଜାତୀୟ ଧୂମପାନ ବର୍ଜନ ଦିବସ... ଆଜିର ଦିନରେ ସିଗାରେଟ୍ ବର୍ଜନ ପାଇଁ ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି । ସିଗାରେଟ୍ କିପରି ଶରୀର ପାଇଁ ସ୍ଲୋ ପଏଜନ୍ ସାଜେ ତାହା ଲୋକଙ୍କୁ ବୁଝାଇବାର ଆବଶ୍ୟକତା ରହିଛି । ତେବେ ଯାଇଁ ଯୁବପିଢିମାନେ ନିଶାକୁ ଛାଡି ଭଲ ରାସ୍ତାରେ ଅଗ୍ରସର ହେବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe