କନକ ବ୍ୟୁରୋ: ଭାରତ ପାକିସ୍ତାନ ମଧ୍ୟରେ ଭୀଷଣ ସ୍ଥିତି ଭିତରେ ଦେଶବାସୀଙ୍କୁ ଆଶ୍ବସ୍ତ କରିଛି ଇଣ୍ଡିଆନ ଅଏଲ କର୍ପୋରେସନ୍ (ଆଇଓସିଏଲ) । ଦେଶରେ ଇନ୍ଧନର ଅଭାବ ନାହିଁ । ସାରା ଦେଶରେ ଭରପୂର ମାତ୍ରାରେ ରହିଛି ଡିଜେଲ, ପେଟ୍ରୋଲ ଓ ଗ୍ୟାସ୍ । ଦୁଇ ଦେଶ ମଧ୍ୟରେ ଆକ୍ରମଣ ଭିତରେ ଭାରତର କିଛି ସ୍ଥାନରେ ପେଟ୍ରୋଲ ପାଇଁ ଲମ୍ବା ଲାଇନ ଲାଗୁଥିବା ଖବର ଆସିବା ପରେ ଆଇଓସିଏଲ ପକ୍ଷରୁ ଏଭଳି ସ୍ପଷ୍ଟିକରଣ ଦିଆଯାଇଛି । 

Advertisment

ଏକ୍ସରେ ସ୍ପଷ୍ଟିକରଣ ଦେଇଛି ଆଇଓସିଏଲ , ଅଯଥା ଗୁଜବକୁ ବିଶ୍ବାସ ନକରିବାକୁ ଅପିଲ କରିଛି ଆଇଓସିଏଲ । IOCL ଲେଖିଛି, ଇଣ୍ଡିଆନ୍ ଅଏଲ ପାଖରେ ସାରା ଦେଶ ପାଇଁ ଭରପୂର ମାତ୍ରାରେ ଇନ୍ଧନ ମହଜୁଦ ରହିଛି । ସପ୍ଲାଇ ଲାଇନ୍ ବି ସୁଚାରୁ ଭାବେ ଚାଲିଛି । ତରବରିଆ ଭାବେ ଇନ୍ଧନ ନକିଣିବାକୁ ଲୋକଙ୍କୁ ଓ ବିତରଣ ଏଜେନ୍ସି ମାନଙ୍କୁ ଅପିଲ କରିଛି ।