କନକ ବ୍ୟୁରୋ : ଉନ୍ନୟନ କମିଶନର ଦେଓ ରଞ୍ଜନ ସିଂ, ସଚିବଙ୍କ ଜିଲ୍ଲା ଗସ୍ତ ନେଇ ଜାରି କରିଛନ୍ତି ନିର୍ଦେଶନାମା । ଜାନୁଆରି -ମାର୍ଚ୍ଚ ମାସ ପାଇଁ ୨ରୁ ୩ ଦିନିଆ ଗସ୍ତ କାର୍ଯ୍ୟକ୍ରମ କରିବେ ସଚିବ । ୩୦ ଜିଲ୍ଲା ପାଇଁ ୩୦ ଜଣ ଅଧିକାରୀଙ୍କୁ ଦିଆଯାଇଛି ଦାୟିତ୍ୱ । ଗାଁକୁ ଯାଅ, ରାତି କାଟ, ସରକାରଙ୍କ ବିଭିନ୍ନ ଯୋଜନା ପରଖ । ଦୁଇ ମାସରେ ଅତି କମ୍ରେ ଦୁଇଦିନ ଜିଲ୍ଲାରେ ରୁହ । ଗସ୍ତ ସମୟରେ ପଞ୍ଚାୟତରେ ସରକାରୀ ଯୋଜନା ତଦାରଖ କରିବେ । ସ୍କୁଲରେ ମଧ୍ୟାହ୍ନ ଭୋଜନ ନହେଲେ ଆହାର କେନ୍ଦ୍ରରେ ଖାଇବେ । ଆଵଶ୍ୟକ ପଡିଲେ ଦୁର୍ଗମ ଅଞ୍ଚଳରେ ପାଦରେ ଚାଲି ଚାଲି ଯାଅ । ଏ ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ଆମ କଲଚର ବାରମ୍ବାର ତାଗିଦ କଲେ କାମରେ ଭିଜିବିଲିଟି ଆସେ । ଏହା ଗୁଡ ଗର୍ଭନାନ୍ସର ମଡେଲ ।
ଅଧିକ ପଢ଼ନ୍ତୁ : ଅଦାଲତ ଅବମାନନା ମାମଲା, ନଗର ଉନ୍ନୟନ ସଚିବ ଉଷାପାଢୀଙ୍କୁ ହାଇକୋର୍ଟଙ୍କ ନୋଟିସ
ନୂଆ ସରକାର ଆସିବାକୁ ଦେଢ଼ ବର୍ଷ ପୁରିଲାଣି । ନୂଆ ସରକାର ଆସିବା ପରେ ୪ ସେପ୍ଟେମ୍ବର ୨୦୨୪ ରେ ସେତବେଳର ଉନ୍ନୟନ କମିଶନର ଜାରି କରିଥିଲେ ସମାନ ନିର୍ଦ୍ଦେଶନାମା । ୩୧ ଜାନୁଆରି ୨୦୨୫ ରେ ପୁନର୍ବାର ଜାରି ହେଲା ନିର୍ଦେଶନାମା ଜିଲ୍ଲା ଗସ୍ତ ରେ ଯିବେ ସଚିବ । ପରେ ୨୧ ଜୁନ୍ ୨୦୨୫ ରେ ବି ଜାରି ହୋଇଥିଲା ନିର୍ଦ୍ଧେଶନାମା । ଆଉ ଏବେ ବର୍ଷ ଆରମ୍ଭରୁ ଜାନୁଆରିରୁ ମାର୍ଚ୍ଚ ମାସ ପାଇଁ ପୁଣି ନିର୍ଦ୍ଧେଶନାମା ଜାରି କରି ଜିଲ୍ଲା ବାଣ୍ଟିଛନ୍ତି ଉନ୍ନୟନ କମିଶନର । ହେଲେ ବାବୁମାନେ ଲୋକସେବା ଭବନର ଶୀତ ତାପ ନିୟନ୍ତ୍ରିତ ଚ୍ୟାମ୍ବର ଛାଡିବାକୁ ନାରାଜ । ନା ଜିଲ୍ଲା ଗସ୍ତରେ ଯାଉଛନ୍ତି ନା ସରକାରଙ୍କୁ ରିପୋର୍ଟ ଦେଉଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଉପରେ ବିରୋଧୀ ସରକାରଙ୍କୁ ସଚିବଙ୍କ ଗସ୍ତର ତଥ୍ୟ ମାଗିଛନ୍ତି ।
ଏବେ ଅପେକ୍ଷା ସଚିବ ନୂଆ ନିର୍ଦ୍ଦେଶନାମାକୁ କେତେ ମାନୁଛନ୍ତି ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/02/officers-will-walk-to-villages-2026-02-02-21-01-26.jpg)