ଆଉଟସୋର୍ସିଂ ନିଯୁକ୍ତି ପାଇଁ କମୁନି ବାବୁଙ୍କ ଦରଦ, ଅଙ୍କୁଶ ଲଗାଇବାକୁ ବାରମ୍ବାର ଚିଠି ପରେ ବି ମାନୁ ନାହାନ୍ତି ସରକାର

 ସରକାରୀ ତଥ୍ୟ କହୁଛି, ରାଜ୍ୟରେ ପ୍ରାୟ ୧୦ ଲକ୍ଷ ଛାତ୍ରଛାତ୍ରୀ ଚାକିରି ପାଇଁ କର୍ମ ନିୟୋଜନ ସଂସ୍ଥାରେ ନାଁ ପଞ୍ଜୀକରଣ କରିଛନ୍ତି । ସରକାର ଚାହୁଛନ୍ତି, ବିଭାଗୱାରୀ ଫାଙ୍କା ପଡ଼ିଥିବା ପଦବୀ ପୂରଣ ହେଉ। ଯାହାର ଫାଇଦା ଉଠାଇଛନ୍ତି କିଛି ବାବୁ । ବିଭାଗରେ କର୍ମଚାରୀ ଅଭାବକୁ ଆଳ କରି ଆଉଟସୋର୍ସିଂ ବ୍ୟବସ୍ଥାକୁ ଭରସିଛନ୍ତି । ପ୍ରଶ୍ନ ଉଠୁଛି, ଆଉଟସୋର୍ସିଂ ନିଯୁକ୍ତି ବଦଳରେ ସ୍ଥାୟୀ ନିଯୁକ୍ତି ଦେବାରେ ଅସୁବିଧା କେଉଁଠି ? ଆଉଟସୋର୍ସିଂ ନିଯୁକ୍ତି ପଛରେ ଅଛି କି କିଛି ନ୍ୟସ୍ତ ସ୍ବାର୍ଥ? 

34

କନକ ବ୍ୟୁରୋ : ଶାସନ ବ୍ୟବସ୍ଥାରେ ଆଉଟସୋର୍ସିଂ ଉପରେ ଅଙ୍କୁଶ ଲଗାଇବାକୁ ଚାହୁଛନ୍ତି ସରକାର। ଏଥିପାଇଁ ଚିଠି ପରେ ଚିଠି, ତାଗିଦ ପରେ ତାଗିଦ କରାଯାଉଛି । ହେଲେ କିଛି ବାବୁଙ୍କ ଆଉଟସୋର୍ସିଂ ପ୍ରୀତି ଏବେ ପୁଣିଥରେ ଆଉଟସୋର୍ସିଂ ନିଯୁକ୍ତି ପାଇଁ ବାଟ ଖୋଲିଛି । ନଜର ପକାନ୍ତୁ ସମବାୟ ବିଭାଗ ଓ ରାସ୍ତା ଓ ମୁଖ୍ୟଯନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଚିଠି ଉପରେ। ଆଉଟ୍‌ସୋର୍ସିଂ ଜରିଆରେ ଗ୍ରୁପ୍‌-ଡି କର୍ମଚାରୀ ନିଯୁକ୍ତି ପାଇଁ ଅର୍ଥ ବିଭାଗର ଅନୁମତି ଲୋଡ଼ିଛି ସମବାୟ ବିଭାଗ।  ୨୦ ଜଣଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତାବ ଦେବା ସହ କମ୍‌ ମାନବସମ୍ବଳକୁ ଆଳ କରିଛି ସମବାୟ ବିଭାଗ । ସେହିଭଳି ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ  ବିଭିନ୍ନ କାମରେ ନିୟୋଜିତ କରିବାକୁ ୧୪ ଜଣଙ୍କୁ ଆଉଟସୋର୍ସିଂ ଜରିଆରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଯାହାକୁ ନେଇ ତେଜିଛି ରାଜନୀତି ।

 ସରକାରୀ ତଥ୍ୟ କହୁଛି, ରାଜ୍ୟରେ ପ୍ରାୟ ୧୦ ଲକ୍ଷ ଛାତ୍ରଛାତ୍ରୀ ଚାକିରି ପାଇଁ କର୍ମ ନିୟୋଜନ ସଂସ୍ଥାରେ ନାଁ ପଞ୍ଜୀକରଣ କରିଛନ୍ତି । ସରକାର ଚାହୁଛନ୍ତି, ବିଭାଗୱାରୀ ଫାଙ୍କା ପଡ଼ିଥିବା ପଦବୀ ପୂରଣ ହେଉ। ଯାହାର ଫାଇଦା ଉଠାଇଛନ୍ତି କିଛି ବାବୁ । ବିଭାଗରେ କର୍ମଚାରୀ ଅଭାବକୁ ଆଳ କରି ଆଉଟସୋର୍ସିଂ ବ୍ୟବସ୍ଥାକୁ ଭରସିଛନ୍ତି । ପ୍ରଶ୍ନ ଉଠୁଛି, ଆଉଟସୋର୍ସିଂ ନିଯୁକ୍ତି ବଦଳରେ ସ୍ଥାୟୀ ନିଯୁକ୍ତି ଦେବାରେ ଅସୁବିଧା କେଉଁଠି ? ଆଉଟସୋର୍ସିଂ ନିଯୁକ୍ତି ପଛରେ ଅଛି କି କିଛି ନ୍ୟସ୍ତ ସ୍ବାର୍ଥ? 

ପୂର୍ବ ସରକାର ଆଉଟସୋର୍ସିଂ ବ୍ୟବସ୍ଥାକୁ ଜାବୁଡ଼ି ଧରିଥିଲେ। ନୂଆ ସରକାରରେ ଏହି ବ୍ୟବସ୍ଥାରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଆଶା କରାଯାଉଥିଲା । ହେଲେ ଆଉଟସୋର୍ସିଂ ନିଯୁକ୍ତି ପାଇଁ କିଛି ବିଭାଗ ଅନୁମତି  ଲୋଡିବା ପୁଣିଥରେ ଆଉଟସୋର୍ସିଂର ଆୟୁଷକୁ ବୃଦ୍ଧି କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe