୨୬ ଯାଏ ଗରମରୁ ମିଳିବନି ନିସ୍ତାର, ୪ ଦିନ ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

ବିଶେଷ କରି ପଶ୍ଚିମ ଓଡ଼ିଶାରେ ଅତ୍ୟଧିକ ଗରମ ଅନୁଭୁତ ହେବ। ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ ଏବଂ ବଲାଙ୍ଗିରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବଲାଙ୍ଗିର, ସମ୍ବଲପୁର ଏବଂ ସୁନ୍ଦରଗଡ଼ରେ ରାତିରେ ମଧ୍ୟ ପ୍ରବଳ ଗରମ ଅନୁଭୁତ ହେବ ବୋଲି ଆକଳନ କରାଯାଇଛି । ସେହିପରି ୧୪ ଜିଲ୍ଲାରେ ପ୍ରବର ଗରମ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।

þòKþKÑþþ

କନକ ବ୍ୟୁରୋ : ଆକାଶରୁ ଅଗ୍ନିବର୍ଷା । ୨୬ ଯାଏ ଗରମରୁ ମିଳିବନି ନିସ୍ତାର । ୪ ଦିନ ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର । ଆଜି ୨୪ ଜିଲ୍ଲାରେ ପ୍ରଚଣ୍ଡ ଗରମ ନେଇ ୱାର୍ଣ୍ଣି ଜାରି ହୋଇଛି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଅତ୍ୟଧିକ ଗରମ ଅନୁଭୁତ ହେବ। ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ ଏବଂ ବଲାଙ୍ଗିରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବଲାଙ୍ଗିର, ସମ୍ବଲପୁର ଏବଂ ସୁନ୍ଦରଗଡ଼ରେ ରାତିରେ ମଧ୍ୟ ପ୍ରବଳ ଗରମ ଅନୁଭୁତ ହେବ ବୋଲି ଆକଳନ କରାଯାଇଛି । ସେହିପରି ୧୪ ଜିଲ୍ଲାରେ ପ୍ରବର ଗରମ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଉପକୂଳବର୍ତ୍ତି ଜିଲ୍ଲାରେ ଗରମ ସହ ପ୍ରବଳ ଗୁଳୁଗୁଳି କଲବଲ କରିବ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ୨୪ ତାରିଖରେ ପଶ୍ଚିମ ଓଡ଼ିଶାର ୬ ଜିଲ୍ଲାକୁ ଅରେଞ୍ଜ ଏବଂ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୫ ତାରିଖରେ ୨୪ ଏବଂ ୨୬ ତାରିଖରେ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ୨୬ ତାରିଖ ପରେ ତାପମାତ୍ରା ଖସିବ ବୋଲି ଆକଳନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe