କନକ ବ୍ୟୁରୋ : ଗାଁରେ ଭଲ ରାସ୍ତା ନଥିବାରୁ କାଦୁଅ ପଚପଚ ରାସ୍ତାରେ ବୁହାହେଲା ମୃତଦେହ । ଶବ ସଂସ୍କାର ପାଇଁ ପୁରୀ ସ୍ୱର୍ଗଦ୍ୱାର ନେବା ପାଇଁ କାନ୍ଧରେ କୋକେଇରେ ନେଉଛନ୍ତି ଗ୍ରାମବାସୀ । ରାସ୍ତାଟିଏ ନଥିବାରୁ ସ୍ୱର୍ଗଦ୍ୱାର ନେବାକୁ ପ୍ରସ୍ତୁତ ଥିବା ବେଳେ ଅଧ କିଲୋମିଟର ଦୂରରେ ଗାଡ଼ି ଅଟକି ରହିଥିଲା । ଗାଁରୁ ଗାଡ଼ି ପର୍ଯ୍ୟନ୍ତ କାଦୁଅ ପଚପଚ ପାଣି କାଦୁଅରେ ବୋହି ନେଇଥିଲେ ସମ୍ପର୍କୀୟ । ଏହି ଦୃଶ୍ୟ ହେଉଛି ପୁରୀ ଜିଲ୍ଲା ପିପିଲି ବ୍ଲକ ସଂପୁର ପଞ୍ଚାୟତ କୋକନ ଦଳିତ ସାହିର । ଗାଁର ଭାସି ମଳିକଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଁ ଭିତରକୁ ଆସିପାରିଲା ନାହିଁ ଗାଡ଼ି । ବାଧ୍ୟ ହୋଇ କାଦୁଅ ରାସ୍ତାରେ ବୋହି ବୋହି ନେଇଥିଲେ ସମ୍ପର୍କୀୟ । ପକ୍କା ରାସ୍ତାଟିଏ ଏହି ଗାଁ ପାଇଁ ସାତ ସପନ ପାଲଟିଛି । ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।
ଗାଁକୁ ନାହିଁ ଭଲ ରାସ୍ତା : କୋକେଇରେ ଅଧ କିଲୋମିଟର କାଦୁଅ ରାସ୍ତାରେ ବୁହାହେଲା ଶବ
ଶବ ସଂସ୍କାର ପାଇଁ ପୁରୀ ସ୍ୱର୍ଗଦ୍ୱାର ନେବା ପାଇଁ କାନ୍ଧରେ କୋକେଇରେ ନେଉଛନ୍ତି ଗ୍ରାମବାସୀ । ରାସ୍ତାଟିଏ ନଥିବାରୁ ସ୍ୱର୍ଗଦ୍ୱାର ନେବାକୁ ପ୍ରସ୍ତୁତ ଥିବା ବେଳେ ଅଧ କିଲୋମିଟର ଦୂରରେ ଗାଡ଼ି ଅଟକି ରହିଥିଲା ।
/kanak/media/media_files/2025/08/23/road-2025-08-23-17-07-27.jpg)