କନକ ବ୍ୟୁରୋ : ଆଉ ଦିନ କେଇଟା ପରେ ଦୁର୍ଗାପୂଜା । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମା’ଙ୍କ ଆଗମନକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଏସବୁ ଭିତରେ ବିଏମସି ପକ୍ଷରୁ ପୂଜାକୁ ନେଇ ଦିଆଯାଇଛି କଡ଼ା ନିର୍ଦ୍ଦେଶ । ଭୁବନେଶ୍ୱରରେ ପୂଜା ପେଣ୍ଡାଲରେ କୌଣସି ପ୍ରକାରର ପ୍ଲାଷ୍ଟିକ ବ୍ୟବହାର ହୋଇପାରିବ ନାହିଁ । 
ପୂଜା ପେଣ୍ଡାଲରେ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ମନା । ପେଣ୍ଡାଲ୍‌ ନିକଟରେ ଡଷ୍ଟବିନ୍ ରହିବ। ଅଳିଆ ନେବାକୁ ଦିନକୁ ଦୁଇ ଥର ଗାଡ଼ି ଯିବ। ଜୈବିକ ପଦ୍ଧତିରେ ପୂଜା ପେଣ୍ଡାଲ୍ ହେବ । ସବୁ ପୂଜା ମଣ୍ଡପରେ ସୂଚନା କେନ୍ଦ୍ର ପ୍ରତିଷ୍ଠା କରାଯିବ । ପୂର୍ବ ଥର ଭଳି ଏଥିର ମଧ୍ୟ ସମସ୍ତ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରାଯିବ । ଏହା ସହ ବିସର୍ଜନ ପାଇଁ ୫ଟି ଅସ୍ଥିୟୀ ଜଳାଶୟ ନିର୍ମାଣ କରାଯାଇଛି ବୋଲି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ।