କନକ ବ୍ୟୁରୋ : ଶ୍ରେଣୀ ଗୃହରେ ଅର୍ଦ୍ଧ ବୃତ୍ତାକାରରେ ବସିଛନ୍ତି ଛାତ୍ରଛାତ୍ରୀ । ଓଡ଼ିଶାର ପ୍ରଥମ ବିଦ୍ୟାଳୟ ଭାବେ କେରଳ ପାଠପଢ଼ା ପଦ୍ଧତିକୁ ଆପଣାଇଛି ବ୍ରହ୍ମପୁର ଉପକଣ୍ଠରେ ଥିବା ଭାବିନୀପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ସପ୍ତାହେ ହେଲା ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଫଳରେ ଶ୍ରେଣୀଗୃହରେ ଆଗ ବେଞ୍ଚ୍ ଓ ବେଞ୍ଚ୍ରେ ବସିବାକୁ ନେଇ ଯେଉଁ ତାରତମ୍ୟ ରହିଥିଲା ତାହା ଦୂରେଇ ଯାଇଛି । ଏହାଛଡ଼ା ଶେଷ ବେଞ୍ଚ୍ରେ ବସି ବିଶୃଙ୍ଖଳା କରୁଥିବା ଛାତ୍ରଛାତ୍ରୀ ସବୁବେଳେ ଶିକ୍ଷକଙ୍କ ନଜରରେ ରହୁଥିବାରୁ ଦୁଷ୍ଟାମି ନକରି ଭଲ ପଢୁଛନ୍ତି । ଶ୍ରେଣୀଗୃହରେ ଅର୍ଦ୍ଧବୃତ୍ତାକାରରେ ବସିବାକୁ ନେଇ ଛାତ୍ରଛାତ୍ରୀ ଓ ଶିକ୍ଷକ ଖୁସି ପ୍ରକାଶ କରିଛନ୍ତି ।
ଅନ୍ୟପଟେ ଶିକ୍ଷାବିତ୍ କହିଛନ୍ତି ଶୈକ୍ଷିକ ବାତାବରଣରେ ଉନ୍ନତି ଆଣିବା ପାଇଁ କେବଳ କେରଳ ମଡେଲ ଆପଣାଇଲେ ହେବ ନାହିଁ । ବରଂ ଶିକ୍ଷାର ମାନ ବୃଦ୍ଧି ପାଇଁ ଭିତ୍ତିଭୂମି ଓ ଖାଲିଥିବା ଶିକ୍ଷକ ପଦବୀରେ ନିଯୁକ୍ତି ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ମତ ଦେଇଛନ୍ତି । ବିଦ୍ୟାଳୟ ବା ଶ୍ରେଣୀ ଗୃହରୁ ତୁଟିବ ବ୍ୟାକ୍ ବେଞ୍ଚର୍ସ ତଥା ପଛ ବେଞ୍ଚ୍ର ପିଲା ଅପବାଦ । ଏହି ପଦ୍ଧତି ଅନ୍ୟ ବିଦ୍ୟାଳୟ ଗୁଡ଼ିକରେ ଅନୁସୃତ ହେଲେ ଏଣିକି କେହି ପଛ ବେଞ୍ଚ୍ରେ ବସିବେ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/18/kerala-model-2025-07-18-20-09-53.jpg)