କନକ ବ୍ୟୁରୋ : ପ୍ରତାପ ଷଡଙ୍ଗୀଙ୍କଠୁ ଭଲ ଅଭିନୟ କେହି କରିପାରିବେନି । ସେ ଭଲ ଅଭିନୟ କରୁଛନ୍ତି । ମୋ ଆଖି ସାମ୍ନାରେ ଶିଡିରୁ ପଡି ତାଙ୍କର ମୁଣ୍ଡ ଫାଟିଛି କିନ୍ତୁ ରାହୁଲ ଗାନ୍ଧୀ ଠେଲିଦେବା କଥା ମିଛ କହୁଛନ୍ତି । ସଂସଦରେ ପ୍ରତାପ ଷଡଙ୍ଗୀଙ୍କ ମୁଣ୍ଡ ଫାଟିବା ଘଟଣାକୁ ନେଇ ଦେଶବ୍ୟାପୀ ହଙ୍ଗାମା ଲାଗି ରହିଥିବା ବେଳେ ଏହାକୁ ନେଇ ବଡ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଜୟା ବଚନ ।
ଜୟା କହିଛନ୍ତି, ଆମେ ସମସ୍ତେ ଗୃହ ଭିତରକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଥିଲୁ । କିନ୍ତୁ ବିଜେପି ସାଂସଦମାନେ ଆମକୁ ଭିତରକୁ ଯିବାକୁ ଦେଉନଥିଲେ । ମୋଟା ମୋଟା ଲୋକ ଶିଡି ଉପରେ ଛିଡା ହୋଇଥିଲେ । ଏଭଳି ପରିସ୍ଥିତିରେ ଜଣେ ଲୋକ ତଳକୁ ଖସିଲେ ଆଉ ତାଙ୍କ ପାଖରେ ଥିବା ଲୋକ ବି ତଳକୁ ଖସି ପଡିଲେ । ଏଥିରେ ରାହୁଲ ଗାନ୍ଧୀଙ୍କର ଦୋଷ ଆସିଲା କୋଉଁଠୁ । ପ୍ରତାପ ଷଡଙ୍ଗୀ ଏବଂ ବିଜେପିର ଅନ୍ୟ ସାଂସଦ ଓ ସଦସ୍ୟ ଅଭିନୟ କରୁଛନ୍ତି । ଏହା ସବୁ କିଛି ଫିଲ୍ମ ସ୍କ୍ରିପ୍ଟ ଭଳି ଥିଲା । ବିଜେପି ସାଂସଦ ମାନେ ଶିଡି ଉପରେ ଛିଡା ହୋଇଥିଲେ ଆମେ ସବୁ ତଳେ ଛିଡା ହୋଇଥିଲୁ । ଆମେ ଉପରକୁ ଯିବା ପାଇଁ ଚେଷ୍ଟା କରୁଥିଲୁ ଆଉ ବିଜେପି ସାଂସଦମାନେ ଆମକୁ ଧକ୍କା ଦେଉଥିଲେ ।