କନକ ବ୍ୟୁରୋ: ବଢୁଛି  ବିଏମ୍‌ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ବିବାଦ ।  କାମ ବନ୍ଦ କରି ସମୂହ ଛୁଟିରେ ଓଏଏସ୍ ଅଧିକାରୀ ।  ଫାଙ୍କା ପଡିଛି ବିଏମସିର ପୂରା ଅଫିସ୍‌ ।  ଅଫିସ୍‌ରେ ନାହାନ୍ତି ଅଫିସର । ସବୁ ଅଫିସ୍‌ ଏବେ ଖାଁ ଖାଁ । ଏପଟେ ଅଫିସ୍‌ ବାହାରେ ବିଭିନ୍ନ କାମ ପାଇଁ ଲାଗିଛି ଗହଳି । ଫଳରେ ସମସ୍ୟା ନେଇ ଆସୁଥିବା ଲୋକ ନିରାଶ ହେଉଛନ୍ତି ।  ଲାଗିଛି  ଦୁଇ ଦିନ ହେବ ଏପରି ଅଚଳାବସ୍ଥା ହୋଇପଡିଛି ବିଏମସି କାର୍ଯ୍ୟାଳୟ  ।  

Advertisment


ବିଏମ୍‌ସି ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା ଘଟଣାକୁ ନେଇ  ସବୁ ସ୍ତରରେ ନିନ୍ଦା କରାଯାଉଛି । ରାଜ୍ୟର ପ୍ରାୟ ୧୫ କର୍ମଚାରୀ ସଂଘ ପକ୍ଷରୁ ଅତିରିକ୍ତ କମିସନରଙ୍କୁ ମାଡ ମରାଯିବା ଘଟଣାକୁ ନିନ୍ଦା କରାଯାଇଛି ।  ଏପଟେ ମୁଖ୍ୟ  କାର୍ପଟଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ଓଏଏସ୍ ସଂଘ ।