କନକ ବ୍ୟୁରୋ: ପୁଟିନଙ୍କ ଏକ ଭାବଭଙ୍ଗୀ ବେଶ୍‌ ଚର୍ଚ୍ଚା ସାଉଁଟିଛି । ଯେଉଁ ସମୟରେ ଋଷ ରାଷ୍ଟ୍ରପତିଙ୍କୁ ଆମେରିକାର ଗଣମାଧ୍ୟମ ଯୁଦ୍ଧ ସମ୍ପର୍କୀତ ଏକ ପ୍ରଶ୍ନ ପଚାରିଥିଲେ । ଋଷ କାହିଁକି ୟୁକ୍ରେନର ନୀରିହ ଲୋକଙ୍କ ମାରୁଛି, କାହିଁକି ନରସଂହାର କରୁଛି ବୋଲି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ପଚାରିଥିଲେ । ଏହି ସମୟରେ ସେ କାନରେ ଆଙ୍ଗୁଠି ରଖି ତାଙ୍କୁ କିଛି ଶୁଣାଯାଉନଥିବା କହିଥିଲେ ଆଉ ଟ୍ରମ୍ପଙ୍କ ସହ ଚାଲିଯାଇଥିଲେ । ତେବେ ଆମେରିକୀୟ ଗଣମାଧ୍ୟମ ପ୍ରତନିଧି ଏନେଇ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି । 

Advertisment

ଆଲାସ୍କାରେ ୩ ଘଣ୍ଟା ଧରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲୋଚନା ହୋଇଛି । ତେବେ ଯେଉଁ ଉଦ୍ଦେଶ୍ୟ ନେଇ ଏହି ବୈଠକ ହୋଇଥିଲା, ତାହା ସଫଳ ହୋଇପାରିନାହିଁ । ପାଖାପାଖି ତିନି ବର୍ଷ ଧରି ଲାଗିରହିଥିବା ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ବିରତି ଲାଗିବା ନେଇ ଯେଉଁ ଆଶା କରାଯାଉଥିଲା, ସେଥିରେ ସହମତି ହୋଇପାରିନାହିଁ ।