କନକ ବ୍ୟୁରୋ: ଏକଥା କେବଳ ଆମ କହୁନୁ ଏ କଥାକୁ ପ୍ରମାଣ କରିଛନ୍ତି ଆମ ଦେଶର ଜଣାଶୁଣା ବ୍ୟକ୍ତିତ୍ବ । ସେମାନଙ୍କ ପାଖରେ ଉଚ୍ଚଶିକ୍ଷାର ସାର୍ଟିଫିକେଟ୍ ନଥାଇ ବି ସଫଳତାର ଉପର ପାହାଚରେ ଛିଡ଼ାହୋଇଛନ୍ତି । ଏଇ ଯେମିତି ଆମ ଦେଶର ଆଗଧାଡ଼ିର ବିଜନେସମ୍ୟାନ୍ ଗୌତମ ଅମ୍ବାନୀ , ଯୁବ ବ୍ୟବସାୟୀ ରିତେଶ ଅଗ୍ରୱାଲ, କୈବଲ୍ୟ ବୋହରା, ରିଲାଏନ୍ସ ଗ୍ରୁପର ପୃଷ୍ଠପୋଷକ ଧୀରୁଭାଇ ଅମ୍ବାନୀ ।
କୈବଲ୍ୟ ବୋହରା ଭାରତର ସବୁଠାରୁ ଯୁବ ଓ ସଫଳ ଉଦ୍ୟୋଗୀ । Zepto ର ସହ ସମ୍ପାଦକ ତଥା ସିଟିଓ । ଏହି କମ୍ପାନି ଦେଶର ସବୁଠାରୁ ଦ୍ରୁତଗତିରେ ଦେଉଥିବା ଗ୍ରୋସରୀ ଡେଲିଭରୀ ସେବା । ଖୁବ୍ କମ ବୟସରୁ କିଛି କରି ଦେଖାଇବାର ଇଚ୍ଛା ତାଙ୍କୁ ବାଟ ଦେଖାଇଥିଲା । ଆମେରିକାର ଷ୍ଟାନଫୋର୍ଡ ୟୁନିଭର୍ସିଟିରେ କମ୍ପ୍ୟୁଟର ସାଇନ୍ସ କରୁଥିବାବେଳେ କୋଭିଡ୍ ଲକଡାଉନ ଆରମ୍ଭ ହୋଇଗଲା । ଏତିକିବେଳେ ରାସ୍ତାଘାଟ ସବୁ ବନ୍ଦ ଥିବାବେଳେ ସାହସ ଦେଖାଇଲେ କୈବଲ୍ୟ । ବେଷ୍ଟ ଫ୍ରେଣ୍ଡ ଆଦିତ୍ୟ ପାଲିଚାଙ୍କ ସହ ମିଶି ଆରମ୍ଭ କଲେ Zepto କମ୍ପାନି। ଏଥିରେ କିଛି ଯୁବକଙ୍କୁ ନିଯୁକ୍ତ କରି ଲୋକଙ୍କ ଡୋର ପାଖରେ ପହଞ୍ଚାଇଲେ ଆବଶ୍ୟକୀୟ ସାମଗ୍ରୀ। ତେବେ Zepto ମାତ୍ର ୧୦ ମିନିଟରେ ଲୋକଙ୍କ ପାଖରେ ଗ୍ରୋସରି ଡେଲିଭରି କରି ଗ୍ରାହକଙ୍କ ମନ ଜିତିପାରିଥିଲା। ଏହା ପରଠୁ କମ୍ପାନୀର ଅଗ୍ରଗତି ହୋଇଚାଲିଲା । ଏବେ କେବୖଲ୍ୟଙ୍କ କମ୍ପାନୀ 11 ହଜାର କୋଟି ଟର୍ଣ୍ଣଓଭରରେ ପହଞ୍ଚିଛି । ପାଠପଢ଼ା ଶେଷ ହେବା ଆଗରୁ କୈବଲ୍ୟ ହୋଇଗଲେ ଜଣେ ସଫଳ ଉଦ୍ୟୋଗୀ ।
ରିତେଶ ଅଗ୍ରୱାଲ, OYO ହୋଟେଲ ଗ୍ରୁପର ମାଲିକ । ଓଡ଼ିଶା ରାୟଗଡ଼ାର ଯୁବକ ରିତେଶ । 12th ପାସ୍ ପରେ ପରେ କୋଭିଡ୍ ଆସିଲା । ଏହି ସମୟରେ ତାଙ୍କ ମୁଣ୍ଡରେ ଢୁକିଲା କିଛି ନୂଆ କରିବାର ଇଚ୍ଛା । ହୋଟେଲ ବିଜନେସ୍ କରିବାକୁ ଚିନ୍ତା ଆସିଲା । ଏକ ପରିତ୍ୟକ୍ତ ଘରକୁ ହୋଟେଲରେ ସଜାଇଲେ । OYO ନାଁରେ ଆରମ୍ଭ ହେଲା ତାଙ୍କ ଅଭିଯାନ । ଗୋଟିଏରୁ ଏବେ ସବୁ ସହରରେ ତାଙ୍କ ଗ୍ରୁପ୍ କାୟା ବିସ୍ତାର କରିସାରିଲାଣି । ଏଥିରେ ତାଙ୍କ ପାଠ କି ସାର୍ଟିଫିକେଟ୍ ନୁହେଁ ବରଂ ତାଙ୍କ ଦୃଢ଼ ସଙ୍କଳ୍ପ ଓ ପରିଶ୍ରମ ରଙ୍ଗ ଆଣିଛି । କାରଣ ରିତେଶ ସବୁବେଳେ ସଫଳ ଉଦ୍ୟୋଗୀଙ୍କ ସହ ଆଲୋଚନା କରିବା ସହ ତାଙ୍କ ଟିପ୍ସକୁ ଗ୍ରହଣ କରିଥାନ୍ତି ।
ଦେଶ ବିଦେଶର ଜଣେ ଦକ୍ଷ ଉଦ୍ୟୋଗୀ ଭାବେ ପରିଚୟ ସୃଷ୍ଟି କରିଥିବା ଗୌତମ ଆଦାନୀ । ୧୯୭୮ରେ କଲେଜ ପଢ଼ା ଛାଡ଼ି କପଡ଼ା ବ୍ୟବସାୟ ଆରମ୍ଭ କଲେ । ଏହାପରେ ଆଉ ପଛକୁ ଚାହିଁନାହାଁନ୍ତି । ଆଜି ତାଙ୍କ ବିଜନେସ୍ ୧୨୮ ବିଲିଅନ୍ ହଲାର ଟର୍ଣ୍ଣଓଭରରେ ପହଞ୍ଚିଛି । ବିଶ୍ବର ଧନୀକ ବ୍ୟକ୍ତିଙ୍କ ତାଲିକାରେ ତାଙ୍କ ନାଁ ଆଗଧାଡ଼ିରେ ରହିଛି ।
ଆଉ ଜଣେ ବ୍ୟକ୍ତିତ୍ବ ଧୀରୁଭାଇ ଅମ୍ବାନୀ । ରିଲାଏନ୍ସ ଗ୍ରୁପର ମୂଳଦୂଆ । ଦାରିଦ୍ର୍ୟକୁ ସହିଥିବା ଧୀରୁଭାଇ , ପିଲାଦିନେ ଅଭାବ ଯୋଗୁଁ ପକୁଡ଼ି ବିକୁଥିବା ପିଲାଟିଏ ବୁଦ୍ଧି ଖଟାଇ ଦେଶର ପ୍ରଖ୍ୟାତ ବ୍ୟବସାୟୀ ଭାବେ ଉଭା ହୋଇପାରିଲା । ପ୍ରଥମେ ମସଲା କମ୍ପାନିରୁ ଆରମ୍ଭ କରି ତୈଳ କମ୍ପାନି, ଟେକ୍ସଟାଇଲ , ଟେଲିକମ୍ କମ୍ପାନି ସବୁଠି ଏବେ ରିଲାଏନ୍ସର ରାଜ୍ । ସ୍କୁଲରୁ ପାଠପଢ଼ା ଛାଡ଼ିଥିବା ଧୀରୁଭାଇ ଅମ୍ବାନୀ ପ୍ରମାଣିତ କରିଛନ୍ତି ସଫଳତା କିମ୍ବା ବଡ଼ ବ୍ରାଣ୍ଡ ପାଇଁ ସାର୍ଟିଫିକେଟ୍ ନୁହେଁ ବରଂ ବୁଦ୍ଧି, ଧୈର୍ଯ୍ୟ ଓ କ୍ରମାଗତ ଚେଷ୍ଟା ଆବଶ୍ୟକ । କୌଣସି କାମରେ ରିସ୍କ ନେବା ସବୁଠୁ ବଡ଼ କଥା। ନହେଲେ ସଫଳତା କଥା ଭାବିବା ବି ଭୁଲ୍ ।
Follow Us