କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଏଣିକି ଶନିବାର ସକାଳ ୧୦ଟାରେ ଖୋଲିବ ସ୍କୁଲ । କୋରାପୁଟ ଜିଲ୍ଲା ପାଇଁ ଏହି ନିୟମ ଲାଗୁ କରାଯାଇଛି । କୋରାପୁଟରେ ଶୀତର ଲହରି ଅଧିକ ଥିବା କାରଣରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । କୋରାପୁଟର ସବୁ ସ୍କୁଲକୁ ଜିଲ୍ଲା ଶିକ୍ଷା ଅଧିକାରୀ ଟିଠି ଲେଖିଛନ୍ତି ।
ଏଣିକି ଶନିବାର ସକାଳୁଆ ସ୍କୁଲ ହେବନି ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ସକାଳ ପରିବର୍ତ୍ତେ ୧୦ଟାରେ ସ୍କୁଲ ଖୋଲିବ । ୨୦୨୫ ଜାନୁଆରୀ ୧୫ ଯାଏଁ ଏହି ନିଷ୍ପତ୍ତି ଲାଗୁ ହେବ ।