କନକ ବ୍ୟୁରୋ: ଆଉ ଯିବାକୁ ପଡ଼ିବନି ସରକାରୀ ଅଫିସ୍ । ଏଣିକି ଘରେ ବସି କରିହେବ ଆବେଦନ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ‘ଆମ ସାଥୀ ଆପ୍ ୟୁନିଫାଏଡ୍ ହ୍ୱାଟସଆପ୍ ବଟ୍’ । ଜନ୍ମ ମୃତ୍ୟୁ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ ଏବଂ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଫର୍ଟିଲାଇଜର ଲାଇସେନ୍ସ, ଆନ୍ତର୍ଜାତି ବିବାହରୁ ଲାଭ, ଜାତୀୟ ପରିବାର ଯୋଜନାରୁ ଲାଭ ଭଳି ବହୁ ସୁବିଧା ହ୍ୱାଟସଆପ୍ ଜରିଆରେ ମିଳିପାରିବ।
୯୪୩୭୨୯୨୦୦୦ ହ୍ୱାଟସ୍ଆପ୍ ନମ୍ବରରେ ଆବେଦନ କରିହେବ । ଆବେଦନଠାରୁ ସାର୍ଟିଫିକେଟ ଏହି ନମ୍ୱର ଜରିଆରେ ମିଳିବ । ୨୦୨୫ ଶେଷ ସୁଦ୍ଧା, ଓଡ଼ିଶା ଲୋକସେବା ଅଧିକାର ଆଇନ ଅଧୀନରେ ଅଧିସୂଚିତ ସମସ୍ତ ସାର୍ବଜନୀନ ସେବା ଏକକ ହ୍ବାଟ୍ସଆପ ବଟ୍ ମାଧ୍ୟମରେ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି । ଭାରତ ସରକାରଙ୍କ ‘ଭାଷିନୀ ପ୍ଲାଟଫର୍ମ‘ ବ୍ୟବହାର କରି ନିଜର କଣ୍ଠସ୍ୱର ମାଧ୍ୟମରେ ଏହି ସେବା ମିଳିପାରିବ । ଜଣେ ବ୍ୟକ୍ତି ଇଂରାଜୀ କିମ୍ବା ଓଡ଼ିଆରେ ଲେଖି ହ୍ବାଟ୍ସଆପରେ ସମସ୍ତ ସରକାରୀ ସେବାରୁ ଉପକୃତ ହୋଇପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/09/26/govt-services-2025-09-26-20-14-20.png)