ଆଉ ହେବନି 'ହରିଜନ' ଶବ୍ଦର ବ୍ୟବହାର: ଏସସି/ଏସଟି ଉନ୍ନୟନ ବିଭାଗ ପକ୍ଷରୁ ଚିଠି

ଏଣିକି ଜାତି ପ୍ରମାଣପତ୍ର ଏବଂ ଅନୁସୂଚିତ ଜାତି ସମ୍ପର୍କରେ "ହରିଜନ" ଶବ୍ଦ ବ୍ୟବହାର ନ କରିବା ପାଇଁ ଜାରି ହେଲା ନିର୍ଦ୍ଦେଶାବଳୀ । ହରିଜନ" ଶବ୍ଦଟି କୌଣସି ସରକାରୀ ଯୋଗାଯୋଗ, ରେକର୍ଡ, କାରବାର, ଜାତି ପ୍ରମାଣପତ୍ର, ପ୍ରକାଶନ, ବିଭାଗୀୟ ନାମ କିମ୍ବା ଅନ୍ୟ କୌଣସି ସ୍ଥାନରେ ବ୍ୟବହୃତ ହେବ ନାହିଁ ।

28

Photograph: (kanak news)

କନକ ବ୍ୟୁରୋ: ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଯୋଗାଯୋଗରୁ ହଟିବ"ହରିଜନ" ଶବ୍ଦ । ଏଣିକି ଜାତି ପ୍ରମାଣପତ୍ର ଏବଂ ଅନୁସୂଚିତ ଜାତି ସମ୍ପର୍କରେ "ହରିଜନ" ଶବ୍ଦ ବ୍ୟବହାର ନ କରିବା ପାଇଁ ଜାରି ହେଲା ନିର୍ଦ୍ଦେଶାବଳୀ । ହରିଜନ" ଶବ୍ଦଟି କୌଣସି ସରକାରୀ ଯୋଗାଯୋଗ, ରେକର୍ଡ, କାରବାର, ଜାତି ପ୍ରମାଣପତ୍ର, ପ୍ରକାଶନ, ବିଭାଗୀୟ ନାମ କିମ୍ବା ଅନ୍ୟ କୌଣସି ସ୍ଥାନରେ ବ୍ୟବହୃତ ହେବ ନାହିଁ । ଭାରତୀୟ ସମ୍ବିଧାନର ଧାରା ୩୪୧ ଅନୁଯାୟୀ ଅଧିସୂଚିତ ଅନୁସୂଚିତ ଜାତିର ବ୍ୟକ୍ତିମାନଙ୍କୁ ସୂଚିତ କରିବା ପାଇଁ କେବଳ ସାମ୍ବିଧାନିକ ଶବ୍ଦ "ଅନୁସୂଚିତ ଜାତି", ଇଂରାଜୀରେ ଏବଂ ଏହାର ଉପଯୁକ୍ତ ଅନୁବାଦ ଓଡ଼ିଆରେ ଅର୍ଥାତ୍  କିମ୍ବା ଅନ୍ୟାନ୍ୟ ଜାତୀୟ ଭାଷାରେ ବ୍ୟବହୃତ ହେବ । ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏହି ନିର୍ଦ୍ଦେଶ କଡା କଡ଼ି ପାଳନ ହେବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଓଏଚଆରସି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe