ଆଉ ଧାଇଁବାକୁ ପଡିବେନି ଆରଆଇ, ତହସିଲ ଅଫିସ । ଏଣିକି ଗୋଟିଏ ଟିପରେ ମିଳିବ ୧୮ ଟି ସେବା

ସାଧାରଣ ଲୋକଙ୍କୁ ତ୍ବରିତ୍ବ ରାଜସ୍ବ ସେବା ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ଏଥିପାଇଁ ଇ-ରେଜିଷ୍ଟ୍ରେସନ ଆପର ସୃଷ୍ଟି । ଏହାସହ ଗତ ବର୍ଷେ ମଧ୍ୟରେ ରାଜସ୍ବ ବିଭାଗ କେତେ ସଫଳତା ପାଇଛି ତାହାର ରିପୋର୍ଟକାର୍ଡ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ। ବର୍ଷକରେ ୨୦,୩୫୮ଟି ସରକାରୀ ଶିକ୍ଷାନୁଷ୍ଠାନକୁ ସ୍ଥାୟୀ ପଟ୍ଟା, ବସୁନ୍ଧରା ଯୋଜନାରେ ୧୬ ହଜାର ୭୨୭ ବାସହୀନଙ୍କୁ ଘରବାଡି ପଟ୍ଟା ପ୍ରଦାନ କରି ସଫଳତାର ପୃଷ୍ଠା ଓଲଟାଇଛନ୍ତି ସୁରେଶ ପୂଜାରୀ ।

fdkvfdfd

କନକ ବ୍ୟୁରୋ : ଜମି କିଣନ୍ତୁ ବା ଜାତିଗତ ପ୍ରମାଣପତ୍ର କିମ୍ବା ଇନକମ୍ ସାର୍ଟିଫିକେଟ ବାହାର କରନ୍ତୁ ।  ତହସିଲ ଅଫିସ କି ସବ-ରେଜିଷ୍ଟାର ଅଫିସକୁ ଆଉ ଦୌଡି ଦୌଡି ନୟାନ୍ତ ହେବାକୁ ପଡିବନି । ହାତପାହାନ୍ତାରେ ମିଳିବ ସରକାରୀ ସୁବିଧା। ଏଥିପାଇଁ ସରକାର ଆଣିଛନ୍ତି ଇ-ରେଜିଷ୍ଟ୍ରେସନ୍ ଆପ୍ । ଗୋଟିଏ ଚୁଟକିରେ ସମାଧାନ ହେବ ୧୮ ରାଜସ୍ବ ସେବା । ଯାହାଦ୍ବାରା ସବ-ରେଜିଷ୍ଟ୍ରାର ଅଫିସର ଭିଡକୁ ଦୂର କରାଯାଇପାରିବ । ରାଜସ୍ବ ସେବା ଆହୁରି ସ୍ବଚ୍ଛତାର ଲୋକଙ୍କ ନିକଟତର ହେବ ।  

ଇ-ରେଜିଷ୍ଟ୍ରେସନ ଆପ୍ : କଣ ମିଳିବ ସୁବିଧା?
ଜମିଜମା ପଞ୍ଜୀକରଣ ପାଇଁ ଅନଲାଇନ୍ ସ୍ଲଟ୍ ବୁକିଂ
ବୁକିଂ ହୋଇଥିବା ସ୍ଲଟର ସ୍ଥିତି ଜାଣିବେ
ଜମିର ସରକାରୀ ନିର୍ଦ୍ଧାରିତ ମୂଲ୍ୟ ଜାଣିପାରିବେ
ଜାତି, ଆୟ, ରେସିଡେଣ୍ଟ ପ୍ରମାଣପତ୍ର ନକଲ ପାଇଁ ଆବେଦନ 
ପରିଦର୍ଶକ ମୂଳକ ପଞ୍ଜୀକରଣ ନିମେନ୍ତ ଆବେଦନ

ସାଧାରଣ ଲୋକଙ୍କୁ ତ୍ବରିତ୍ବ ରାଜସ୍ବ ସେବା ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ଏଥିପାଇଁ ଇ-ରେଜିଷ୍ଟ୍ରେସନ ଆପର ସୃଷ୍ଟି । ଏହାସହ ଗତ ବର୍ଷେ ମଧ୍ୟରେ ରାଜସ୍ବ ବିଭାଗ କେତେ ସଫଳତା ପାଇଛି ତାହାର ରିପୋର୍ଟକାର୍ଡ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ। ବର୍ଷକରେ ୨୦,୩୫୮ଟି ସରକାରୀ ଶିକ୍ଷାନୁଷ୍ଠାନକୁ ସ୍ଥାୟୀ ପଟ୍ଟା, ବସୁନ୍ଧରା ଯୋଜନାରେ ୧୬ ହଜାର ୭୨୭ ବାସହୀନଙ୍କୁ ଘରବାଡି ପଟ୍ଟା ପ୍ରଦାନ କରି ସଫଳତାର ପୃଷ୍ଠା ଓଲଟାଇଛନ୍ତି ସୁରେଶ ପୂଜାରୀ । 

ଜମିଜମା କାଗଜପତ୍ର ପଞ୍ଜିକରଣ ଓ ବିଭିନ୍ନ ପ୍ରମାଣପତ୍ର ପାଇଁ ଅନେକ ସମୟରେ ଧନ୍ଦି ହୁଅନ୍ତି ସାଧାରଣ ଲୋକ । ତାରିଖ ପରେ ତାରିଖ ମିଳେ । ଅଫିସରଙ୍କ ମନମାନି ଭିତରେ କିନ୍ତୁ କାଗଜ ମିଳେନି । ଇ-ରେଜିଷ୍ଟ୍ରେସନ୍ ଆପ୍ ରାଜସ୍ବ ବିଭାଗ ଓ ସାଧାରଣ ଲୋକଙ୍କ ଭିତରେ ସେତୁ ବାନ୍ଧିବ ବୋଲି ଆଶା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe