କନକବ୍ୟୁରୋ : ଆହୁରି ୨ ଦିନ କଲବଲ କରିବ ତାତି । ପ୍ରଚଣ୍ଡ ଗରମରୁ ମିଳିବନି ନିସ୍ତାର । ଆଜି ବୌଦ୍ଧ ଓ ଝାରସୁଗୁଡ଼ାର କିଛି ସ୍ଥାନରେ ହିଟ୍‌ୱେଭ ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ୪ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ମୁଖ୍ୟତଃ ପଶ୍ଚିମ ଓଡ଼ିଶାରେ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେବ । ସେହିପରି ୨୦ ତାରିଖରେ ବୌଦ୍ଧ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ବଲାଙ୍ଗିର ଓ ଝାରସୁଗୁଡ଼ାରେ ତାତି ନେଇ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Advertisment

ତେବେ ୨ ଦିନ ପରେ ତାପମାତ୍ରାରେ ଆସିବ ପରିବର୍ତ୍ତନ । ବଦଳିବ ପାଣିପାଗର ମିଜାଜ ।  କାଳବୈଶାଖୀ ବର୍ଷା ଆଣିବ ଆଶ୍ୱସ୍ତି । ବର୍ଷାରେ ଭିଜିବ ସାରା ଓଡିଶା। ୨୦ରୁ ୨୨ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀର ପ୍ରଭାବରେ ଜାରି ରହିବ ବର୍ଷା  ।  ଗୋଟିଏ ସପ୍ତାହରୁ ଅଧିକ ହେବ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଶ୍ବସ୍ତି ଆଣିବ କାଳବୈଶାଖୀ ବର୍ଷା ।

ରାଜ୍ୟରେ କାଳବୈଶାଖୀର ପ୍ରଭାବ ଯଥେଷ୍ଟ ଅଧିକ ରହିବ । ବାୟୁମଣ୍ଡଳର ଉପରି ଭାଗରେ ଏକ ନିମ୍ନ ଚାପରେଖା  ସୃଷ୍ଟି ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ଓଡିଶା ଉପକୂଳସ୍ଥ ହେବା ସହ , ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଯଥେଷ୍ଟ ମାତ୍ରାରେ ରାଜ୍ୟ ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ରହିଛି  l