କନକବ୍ୟୁରୋ :  ଦେଶରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଐତିହାସିକ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଆଜିଠାରୁ ସାରା ଦେଶରେ ଆରମ୍ଭ ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟ ଟିକାକରଣ ଅଭିଯାନ। ୧୪ ବର୍ଷ ଯାଏଁ ଝିଅଙ୍କୁ ଦିଆଯିବ ସିଙ୍ଗଲ ଡୋଜ୍। ୧୪ ବର୍ଷରୁ ବାହାଘର ପର୍ଯ୍ୟନ୍ତ ତିନିଟି ଡୋଜ୍‌ ଦିଆଯିବ। ଟିକାକରଣ ପ୍ରକ୍ରିୟା ସରକାରୀ ଓ ବେସରକାରୀ ସ୍କୁଲ୍, ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ପର୍ଯ୍ୟାୟ କ୍ରମେ ଚାଲିବ। ଏହା ମାଧ୍ୟମରେ ଭବିଷ୍ୟତରେ ଜରାୟୁ କର୍କଟର ଆଶଙ୍କାକୁ କମାଇବାର ଲକ୍ଷ୍ୟ ରଖାଯାଇଛି।

Advertisment

ଅଧିକ ପଢନ୍ତୁ... ଡେଲାଙ୍ଗ ଅଞ୍ଚଳରେ ୧୭ରୁ ଅଧିକ ପିଲା ଜଣ୍ଡିସ୍‌ ଆକ୍ରାନ୍ତ, ଘରେଘରେ ଯାଇ ସଚେତନ କରୁଛନ୍ତି ଆଶା ଓ ଅଙ୍ଗନବାଡି କର୍ମୀ

ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟ ମହିଳାମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା। ପ୍ରାୟ ୯୯ ପ୍ରତିଶତଙ୍କ କ୍ଷେତ୍ରରେ ହ୍ୟୁମାନ ପାପିଲୋମା ଭାଇରସ ନାମକ ଏକ ଭୂତାଣୁ ସଂକ୍ରମଣ ଯୋଗୁଁ ଏହି କ୍ୟାନ୍ସର ହୋଇଥାଏ। ଭାରତରେ ମହିଳାମାନଙ୍କ ମଧ୍ୟରେ ଦେଖାଯାଉଥିବା କର୍କଟ ରୋଗ ମଧ୍ୟରେ ସର୍ଭିକାଲ କ୍ୟାନ୍ସର ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରତିବର୍ଷ ଦେଶରେ ପ୍ରାୟ ୧ ଲକ୍ଷ ୨୩ ହଜାରରୁ ୧ ଲକ୍ଷ ୨୫ ହଜାର ନୂଆ ସର୍ଭିକାଲ କ୍ୟାନ୍ସର ରୋଗୀ ଚିହ୍ନଟ ହୁଅନ୍ତି। ଶରୀରରେ ରୋଗ ପ୍ରତିରୋଧ ଶକ୍ତି ଥିଲେ ଏହି ଭାଇରାସ୍‌ ବ୍ୟାପିପାରେନି।