ସ୍କୁଲ-କଲେଜକୁ ଗଲା ବେଳେ ହେଉ କି ବସ୍-ଟ୍ରେନରେ ଯାତ୍ରା କଲା ବେଳେ ଯୁବତୀ , କିଶୋରୀ ,ମହିଳା ସମସ୍ତେ ରୋଡ୍ ସାଇଡ୍ ରୋମିଓଙ୍କ କମେଣ୍ଟ୍ ର ଶିକାର କେବେ ନା କେବେ ହୋଇଥିବେ । ବେଳେବେଳେ ଅଭଦ୍ରାମି ଏତେ ବଢେ ଯେ ସ୍ପର୍ଶ କରିବାକୁ ମଧ୍ୟ ପଛାନ୍ତି ନାହିଁ ଏଭଳି ରୋମିଓ ଗ୍ୟାଙ୍ଗ୍ । କିଛି ସାହସୀ ଝିଅ ଏ ଉପରେ ସ୍ବର ଉଠାଉଥିଲେ ହେଁ ମାମଲା ଯେମିତି ଆହୁରି ଅଧିକ ଖରାପ ନ ହେଉ ଏଥିପାଇଁ କିଛି ଝିଅ ଚୁପ୍ ରହି ସବୁ ସହିଯାନ୍ତି ଆଉ ଝିଅଙ୍କ ମୌନରେ ହିଁ ଏଭଳି ବଦମାସ୍ ଙ୍କ ମନୋବଳ ବଢେ । ଆଜି ଏ ଝିଅ ତ କାଲି ଆଉ କାହାକୁ କମେଣ୍ଟ୍ କରିବାକୁ ପଛାନ୍ତି ନାହିଁ ଏଭଳି ଉଦ୍ଧତ ଯୁବକ । 

Advertisment
romeo
romeo Photograph: (google)

ତେବେ ଏମିତି ବଦମାସଙ୍କୁ ସାବାଡ୍ କରିବା ପାଇଁ ରାଜସ୍ଥାନରେ ପଲିଟେକ୍ନିକ୍ ର ଛାତ୍ର ତିଆରି କରିଛନ୍ତି ଏମିତି ଏକ ଡିଭାଇସ୍ ଯାହା ରୋଡ୍ ରୋମିଓଙ୍କୁ କରେଣ୍ଟ୍ ର ଝଟକା ଦେବ । ପଲିଟେକ୍ନିକ୍ ଛାତ୍ର ବିବେକ ଜୋତାରେ ଲାଗୁଥିବା ଏକ ଡିଭାଇସ୍ ପ୍ରସ୍ତୁତ କରିଛନ୍ତି । ଯେଉଁ ମହିଳା ଏହି ଜୋତା ପିନ୍ଧିବେ ତାଙ୍କୁ ଆଉ ଡରିବାକୁ ପଡ଼ିବ ନାହିଁ । ମହିଳାଙ୍କୁ ଛୁଇଁଲା କ୍ଷଣି ରୋଡ୍ ରୋମିଓଙ୍କୁ ଲାଗିବ କରେଣ୍ଟ୍ । ଏହାଛଡ଼ା ଏହି ଡିଭାଇସ୍ ମହିଳାଙ୍କ ରିୟଲ୍ ଟାଇମ୍ ଲୋକେସନ୍ କୁ ତାଙ୍କ ପରିବାରଙ୍କ ସହ ସେୟାର୍ କରିଥାଏ । 

road romeo
road romeo Photograph: (google)

ରାଜସ୍ଥାନ ଲକ୍ଷ୍ମଣଗଢ଼ର ୧୭ ବର୍ଷୀୟ ପଲିଟେକ୍ନିକ୍ ର ଛାତ୍ର ବିବେକ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ବଢୁଥିବା ଅପରାଧକୁ ଦେଖି ଏଭଳି ଏକ ଡିଭାଇସ୍ ର ଆରମ୍ଭ କରିଛନ୍ତି । ସେ ଏହି ଡିଭାଇସର ନାଁ WSS ବୋଲି ଦେଇଛନ୍ତି । ଯେଉଁଥିରେ IC, LED, ଭୋଲ୍ଟେଜ୍ , ବୁଷ୍ଟର , ଲିଥିୟମ୍ ବ୍ୟାଟେରୀ , GPS ଟ୍ରାକର୍ ଏବଂ ସେନସର୍ ଦିଆଯାଇଛି ।ଏହି ଡିଭାଇସ୍ ଥରେ ଚାର୍ଜ ହେଲେ ୧୦୦ କରେଣ୍ଟର ଝଟକା ମାରିବାକୁ ସକ୍ଷମ । ଏହି ଡିଭାଇସ୍ ର ଦାମ୍ ୩୫୦୦ ଟଙ୍କା ବୋଲି ବିବେକ୍ କୁହନ୍ତି । 

jota
jota Photograph: (google)

ଜୋତାରେ ଲାଗିଥିବା ଏହି ଡିଭାଇସ୍ ସେନ୍ସର୍ ଦ୍ବାରା କାମ କରିଥାଏ । ଯଦି କୌଣସି ରୋଡ୍ ସାଇଡ୍ ରୋମିଓ ଝିଅଙ୍କୁ କମେଣ୍ଟ୍ କରି ଛୁଇଁବାକୁ ଚେଷ୍ଟା କରନ୍ତି ତାହେଲେ ଜୋତା ପିନ୍ଧିଥିବା ଝିଅ ଜୋରରେ ଗୋଡକୁ ଛାଟିବା କ୍ଷଣି ଡିଭାଇସ୍ କାମ କରିବା ଆରମ୍ଭ କରିଦେବ । ଯୁବକ ଛୁଇଁଲା କ୍ଷଣି କରେଣ୍ଟର ଝଟକା ଖାଇବ । ଯଦି ମହିଳା ଆର ଗୋଡଟିକୁ ଛାଟିବେ ତାହେଲେ ତାଙ୍କ ରିୟଲ୍ ଟାଇମ୍ ଲୋକେସନ୍ ୩ ଟି ମୋବାଇଲ୍ ନମ୍ବରକୁ ଅଟୋମେଟିକାଲି ପହଁଞ୍ଚିଯିବ । ବିବେକ କହିଛନ୍ତି ଏହି ଡିଭାଇସ୍ କୁ ରାଜସ୍ଥାନ ପୁଲିସ୍ ଖୁବ୍ ପସନ୍ଦ କରିଛନ୍ତି ଏବଂ ଖୁବଶୀଘ୍ର ଏହା ମହିଳାଙ୍କ ସୁବିଧା ପାଇଁ ବଜାରକୁ ଆସୁଛି ।