କନକ ବ୍ୟୁରୋ : ମନ୍ତ୍ରୀଙ୍କର ଏହି ପଦିଏ କଥା ଲକ୍ଷାଧିକ ରାସନକାର୍ଡ ହିତାଧିକାରୀଙ୍କ ନିଦ ହଜାଇ ଦେଇଛି । ସେମାନଙ୍କ ଭିତରୁ ଗଞ୍ଜାମ ଲଙ୍ଗଳେଶ୍ୱର ଗାଁର ସତ୍ୟଭାମା ସାହୁ ଜଣେ । ୨ ପୁଅଙ୍କ ମଧ୍ୟରୁ ଜଣେ ବିଦେଶରେ, ଜଣେ ମୁମ୍ବାଇରେ । ବର୍ଷେ ହେବ ଗାଁକୁ ଆସିନଥିବାରୁ ଇ-କେୱାଇସି ହୋଇପାରିନି । ତେଣୁ ଆଗକୁ ଚାଉଳ ମିଳିବା ନେଇ ସନ୍ଦେହରେ ସତ୍ୟଭାମା । ଜୟପୁରର ସୁଦେଷ୍ଣା ପାତ୍ର ମଧ୍ୟ ଇ-କେୱାଇସି କରିନଥିବାରୁ ରାସନ ପାଉ ନାହାନ୍ତି । ଚାଉଳ ନପାଇ ଭୋକିଲା ରହିବାକୁ ଏକପ୍ରକାର ବାଧ୍ୟ ହୋଇଛନ୍ତି ।
ଇ-କେୱାଇସି କରିନଥିବାରୁ ୨୦ ଲକ୍ଷ ୫୮ ହଜାର ଲୋକଙ୍କ ସମାନ ଅବସ୍ଥା । ପଡି କାର୍ଡ ମଧ୍ୟ ନିଲମ୍ବିତ କରିଛନ୍ତି । ଯାହାକୁ ନେଇ ଦ୍ୱନ୍ଦ୍ୱ ସହ ବିବାଦ ଉପୁଜିଛି । ଓଡ଼ିଶାରେ ମିଳୁଥିବା ପଡି କାର୍ଡ ପାରିବାରିକ କାର୍ଡରେ ଥିବା ସଦସ୍ୟଙ୍କ ମଧ୍ୟରୁ କେହି ଜଣେ ବି ଇ-କେୱାଇସି କରିନଥିଲେ ସମ୍ପୂର୍ଣ୍ଣ ପରିବାର ରାସନରୁ ବଞ୍ଚିତ ହେବେ । ଅନ୍ୟପଟେ ବିଭିନ୍ନ କାରଣକୁ ନେଇ ଇ-କେୱାଇସି ଅପଡେଟ୍ରେ ଅନେକ ହିତାଧିକାରୀଙ୍କ ଫିଙ୍ଗରପ୍ରିଣ୍ଟ ନେଉନାହିଁ । ଯାହାକୁ ନେଇ ହିତାଧିକାରୀ ଅସନ୍ତୋଷ ବାଢ଼ିଛନ୍ତି । ଅନ୍ୟପଟେ ମନ୍ତ୍ରୀ କହିଛନ୍ତି, ଇ-କେୱାଇସି ଅପଡେଟ୍ ନଥିବା ପଡି କାର୍ଡକୁ ନିଲମ୍ବିତ କରାଯାଇଛି । ଇ-କେୱାଇସି ଅପଡେଟ୍ ପାଇଁ ହିତାଧିକାରୀଙ୍କୁ ୩ ମାସର ସମୟସୀମା ମିଳିଛି । ଅପଡେଟ୍ କଲେ ପୁଣି କାର୍ଡ ଚାଲିବ ବୋଲି ଆଶ୍ୱସ୍ତ କରିଛନ୍ତି ।
ଇ-କେୱାଇସି ବିନା ପଡି କାର୍ଡ କାଟିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଶ୍ନ ଉଠୁଛି, ଇ-କେୱାଇସି ବେଳେ ଫିଙ୍ଗରପ୍ରିଣ୍ଟ ନେଉନଥିବା ହିତାଧିକାରୀଙ୍କ ପାଇଁ କ’ଣ ବିକଳ୍ପ ବ୍ୟବସ୍ଥା କରିଛନ୍ତି ସରକାର ? ସରକାରୀ ଅବ୍ୟବସ୍ଥା ପାଇଁ କାହିଁକି ଧନ୍ଦି ହେବେ ହିତାଧିକାରୀ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/07/16/no-kyc-no-rice-2025-07-16-20-40-06.jpg)