କନକ ବ୍ୟୁରୋ: କଥାରେ ଅଛି ଜଳ ବିହୁନେ ସୃଷ୍ଟିନାଶ, ଜଳ ବହୁଳେ ସୃଷ୍ଟି ନାଶ । ହେଲେ ଏଠି ଜଳ ବିହୁନେ ଚାଷ ନଷ୍ଟ ହେବାକୁ ବସିଛି । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତରେ ଏପରି ଦେଖିବାକୁ ମିଳିଛି ।

Advertisment

ହାଟଡିହି ବ୍ଲକ ରାଇନଟା ଗାଁରେ ୫୦ରୁ ଉର୍ଦ୍ଧ୍ଵ ଆଦିବାସୀ ପରିବାର ବସବାସ କରନ୍ତି । ସମସ୍ତେ ଚାଷ ଉପରେ ହିଁ ନିର୍ଭରଶୀଳ । ଗାଁର ତଳ ମୁଣ୍ଡରେ କେନାଲ ଯାଇଥିବା ବେଳେ ଉଠା ଜଳସେଚନ ସୁବିଧା ନାହିଁ । ତେଣୁ କେବଳ ବର୍ଷା ଭରସାରେ ଚାଷ କରିଥାନ୍ତି । ଚଳିତ ବର୍ଷ ରଜ ପୂର୍ବରୁ ବର୍ଷା ହେବାରୁ ଚାଷୀ ହଳ କରିଦେଲେ। କିନ୍ତୁ ପରେ ଆଉ ବର୍ଷା ନହେବାରୁ ଧାନ ବୁଣା କି ରୁଆ ହୋଇପାରିଲା ନାହିଁ  । 

ନିଅଁଣ୍ଟିଆ ବର୍ଷା ଯୋଗୁଁ ପ୍ରାୟ ୫୦ ହେକ୍ଟର  ଜମି ପଡିଆ ପଡ଼ିଛି। ସଂପୂର୍ଣ ବ୍ଲକରେ ୧୦ ହଜାର ୫୫ ହେକ୍ଟର ଚାଷ ଜମି ପଡିଆ ପଡିଛି । ୨-୩ ଜଣ ଚାଷୀ କଷ୍ଟମଷ୍ଟେ ପାଣି ମଡାଇ ଅଳ୍ପ କିଛି ଜମିରେ ଧାନଚାଷ କରିଥିଲେ । ବାତ୍ୟା "ଦାନା"ରେ ସେମାନଙ୍କ ଚାଷ ଉଜୁଡିଯାଇଛି । ଚାଷ ନାହିଁ, ବର୍ଷ ସାରା ପିଲାଛୁଆ ଖାଇବେ କଣ ? ତାକୁ ନେଇ ଚିନ୍ତାରେ ପଡ଼ିଥିବା ଚାଷୀ କେନ୍ଦୁଝର ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ।