କନକ ବ୍ୟୁରୋ : ରାଜ୍ୟର ଔଷଧ ଦୋକାନରେ ରୋଗୀମାନଙ୍କୁ ଇଂଜେକସନ ଦିଆଯିବାକୁ ନେଇ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି । ଔଷଧ ଦୋକାନୀଙ୍କୁ ଏହି ଅଭ୍ୟାସ ବନ୍ଦ କରିବାକୁ କୁହାଯାଇଛି । ଏହା ନହେଲେ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ସ୍ବାସ୍ଥ୍ୟ ବିଭାଗ ସବୁ ସିଡିଏମଓଙ୍କୁ ଚିଠି କରିଛନ୍ତି ।
ସରକାରଙ୍କ ପକ୍ଷରୁ କୁହାଯାଇଛି, ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ଓ ଆବଶ୍ୟକ ମେଡିକାଲ ସୁବିଧା ଥିବା ସ୍ଥାନରେ ହିଁ ଇଞ୍ଜେକସନ ଦିଆଯିବା ଉଚିତ । ଏହାଫଳରେ କୌଣସି ପାର୍ଶ୍ବପ୍ରତିକ୍ରିୟାର ସାଙ୍ଗେ ସାଙ୍ଗେ ମୁକାବିଲା କରାଯାଇପାରିବ । ଜିଲ୍ଲାସ୍ତରରେ ଏଭଳି ଔଷଧ ଦୋକାନଗୁଡିକର ଯାଞ୍ଚ ସହ ସେମାନଙ୍କୁ ଏଭଳି କାର୍ଯ୍ୟରୁ ବିରତ କରିବା ଲାଗି ସିଡିଏମଓ ପଦକ୍ଷେପ ନିଅନ୍ତୁ ବୋଲି ଚିଠିରେ କୁହାଯାଇଛି । ଯଜି ଆଗକୁ ଏ ନେଇ କୌଣସି ଅଭିଯୋଗ ଆସେ, ତାହେଲେ ରାଜ୍ୟ ଭେଷଜ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଔଷଧ ଦୋକାନଗୁଡିକରେ ଯାଞ୍ଚ କରାଯିବା ସହ ଏହାର ରିପୋର୍ଟ ସ୍ବାସ୍ଥ୍ୟ ବିଭାଗକୁ ପଠାଇବାକୁ କୁହାଯାଇଛି ।