କନକବ୍ୟୁରୋ : ରିୟାଦରେ ଥିବା ଭାରତୀୟ ଦୂତାବାସ ସୋମବାର ନିଶ୍ଚିତ କରିଛି ଯେ, ସାଉଦି ଆରବର ଅଲ୍ ଖାର୍ଜ ସହରର ଏକ ଆବାସିକ କୋଠାରେ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ କୌଣସି ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇନାହିଁ। ଅଲ୍-ଖାର୍ଜ ଗଭର୍ଣ୍ଣୋରେଟ୍ର ଏକ ଆବାସିକ ଅଞ୍ଚଳରେ କ୍ଷେପଣାସ୍ତ୍ର ପଡ଼ିବା ପରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ପୂର୍ବ ରିପୋର୍ଟକୁ ସ୍ପଷ୍ଟ କରି ଦୂତାବାସ କହିଛି, ସେ ଆହତ ହୋଇଛନ୍ତି ଏବଂ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ଏନେଇ ଦୂତାବାସ ସମ୍ପୃକ୍ତ ସାଉଦି କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛି ଏବଂ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ଏଥିରେ କୁହାଯାଇଛି, କାଉନସେଲର ୱାଇ ସାବିର ଗତକାଲି ରାତିରେ ଅଲ୍ ଖାର୍ଜ ଗସ୍ତ କରି ଏହି ଦୁର୍ଭାଗ୍ୟଜନକ ଘଟଣାରେ ସମ୍ପୃକ୍ତ ଆହତ ଭାରତୀୟ ନାଗରିକଙ୍କୁ ଭେଟିଥିଲେ। ଏଥିରେ ସୂଚନା ଦିଆଯାଇଛି, ଆହତ ନାଗରିକ ବର୍ତ୍ତମାନ ଅଲ୍ ଖାର୍ଜର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
୪ ଉନ୍ନତ ଥାଡ୍ ରାଡାରକୁ ନଷ୍ଟ କଲା ଇରାନ: ଆମେରିକାର ବଢ଼ିଲା ଚିନ୍ତା
ସାଉଦି ନାଗରିକ ପ୍ରତିରକ୍ଷା ମହାନିର୍ଦ୍ଦେଶାଳୟ ମଧ୍ୟ ପ୍ରାରମ୍ଭିକ ବିବୃତିରେ କହିଛି, ଅଲ-ଖାର୍ଜ ଗଭର୍ଣ୍ଣୋରେଟର ଏକ ଆବାସିକ ସ୍ଥାନରେ କ୍ଷେପଣାସ୍ତ୍ର ପଡ଼ିବା ଘଟଣାରେ ମୃତକ ଦୁଇଜଣ ବାଂଲାଦେଶୀ ନାଗରିକ। ଏହା ସହିତ ୧୧ ଜଣ ବାଂଲାଦେଶୀ ନାଗରିକ ଆହତ ହୋଇଛନ୍ତି । ଏହି ଘଟଣାରେ ଜଣେ ଭାରତୀୟ ନାଗରିକ ମଧ୍ୟ ଆହତ ହୋଇଛନ୍ତି । ପୂର୍ବରୁ ଆକ୍ରମଣ ସମ୍ପର୍କରେ ପ୍ରତିକ୍ରିୟା ଦେଇ, ସାଉଦି ନାଗରିକ ପ୍ରତିରକ୍ଷା ମହାନିର୍ଦ୍ଦେଶାଳୟ କହିଥିଲା ଯେ, ଏହି ଘଟଣାରେ ଦୁଇ ଜଣ ବିଦେଶୀ ନାଗରିକଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ଭାରତୀୟ ଏବଂ ଜଣେ ବାଂଲାଦେଶୀ ଅଛନ୍ତି। ଏହା ସହିତ ୧୨ ବାଂଲାଦେଶୀ ଆହତ ହୋଇଛନ୍ତି। ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି, ରିୟାଦର ଭାରତୀୟ ଦୂତାବାସ ସାଉଦି ଆରବରେ ଥିବା ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦେଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/09/09bbs_10_09032026_111-2026-03-09-11-26-02.jpg)