କୌଣସି ଭାରତୀୟ ଘରୋଇ ମହାକାଶ ସଂସ୍ଥାର ଉପଗ୍ରହ ପିଏସ୍‌ଏଲ୍‌ଭିରେ ବୀମାଭୁକ୍ତ ହୋଇ ନ ଥିଲା, ମିସନର ବିଫଳତା ପରେ ଚିନ୍ତା ବଢ଼ିଲା

Advertisment

ନିଜ ନାମ ଗୋପନ ରଖି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପୂର୍ବରୁ ସରକାରଙ୍କ ପାଇଁ କେବଳ ସରକାରୀ ଏଜେନ୍ସି ଦ୍ୱାରା ଉପଗ୍ରହ ଉତ୍‌କ୍ଷେପଣ କରାଯାଉଥିଲା ଏବଂ ବୀମା ଆବଶ୍ୟକ ନ ଥିଲା। କିନ୍ତୁ ବର୍ତ୍ତମାନ ମହାକାଶ କ୍ଷେତ୍ର ଘରୋଇ କ୍ଷେତ୍ର ପାଇଁ ଖୋଲିବା ପରେ ବି ବୀମା ପରି ସୁରକ୍ଷା ଢାଲ ବିନା ସମାନ ବିଶ୍ୱାସ ଜାରି ରହିଛି। ଏହା ବ୍ୟତୀତ ପ୍ରଥମ ଥର ପାଇଁ ବାଣିଜ୍ୟିକ ଉପଗ୍ରହ ପରିବହନ କରୁଥିବା ପିଏସ୍‌ଏଲ୍‌ଭି ବିଫଳ ହୋଇଥିଲା। 

14bbs_42_14012026_111

କନକ ବ୍ୟୁରୋ : ପୋଲାର ସାଟେଲାଇଟ୍ ଲଞ୍ଚ୍ ଭେଇକିଲ୍ (ପିଏସ୍‌ଏଲ୍‌ଭି)-ସି୬୨-ଇଓଏସ୍-ଏନ୍୧ ମିସନର ବିଫଳତା ସ୍ପେସ୍ ଷ୍ଟାର୍ଟଅପ୍‌ଗୁଡ଼ିକର ଆତ୍ମବିଶ୍ୱାସକୁ ଦୋହଲାଇ ଦେଇଛି ଏବଂ ବିଶେଷ କରି ବୀମାକୁ ନେଇ ଚିନ୍ତା ବଢ଼ାଇଛି। ଉତ୍‌କ୍ଷେପଣ ଯାନରେ ଥିବା ଭାରତୀୟ ଘରୋଇ ମହାକାଶ କମ୍ପାନିର କୌଣସି ଉପଗ୍ରହ ବୀମାଭୁକ୍ତ ହୋଇନଥିଲା। ଏହାର କାରଣ ହେଉଛି ଭାରତୀୟ ଘରୋଇ ବୀମା ଏଜେନ୍ସିଗୁଡ଼ିକ ବଢୁଥିବା ମହାକାଶ କ୍ଷେତ୍ର ପାଇଁ କୌଣସି ବଜେଟ୍-ଅନୁକୂଳ ବୀମା ଯୋଜନା ପ୍ରଦାନ କରନ୍ତି ନାହିଁ। 

ନିଜ ନାମ ଗୋପନ ରଖି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପୂର୍ବରୁ ସରକାରଙ୍କ ପାଇଁ କେବଳ ସରକାରୀ ଏଜେନ୍ସି ଦ୍ୱାରା ଉପଗ୍ରହ ଉତ୍‌କ୍ଷେପଣ କରାଯାଉଥିଲା ଏବଂ ବୀମା ଆବଶ୍ୟକ ନ ଥିଲା। କିନ୍ତୁ ବର୍ତ୍ତମାନ ମହାକାଶ କ୍ଷେତ୍ର ଘରୋଇ କ୍ଷେତ୍ର ପାଇଁ ଖୋଲିବା ପରେ ବି ବୀମା ପରି ସୁରକ୍ଷା ଢାଲ ବିନା ସମାନ ବିଶ୍ୱାସ ଜାରି ରହିଛି। ଏହା ବ୍ୟତୀତ ପ୍ରଥମ ଥର ପାଇଁ ବାଣିଜ୍ୟିକ ଉପଗ୍ରହ ପରିବହନ କରୁଥିବା ପିଏସ୍‌ଏଲ୍‌ଭି ବିଫଳ ହୋଇଥିଲା। 

ଅଧିକ ପଢ଼ନ୍ତୁ :  ଇତିହାସ ରଚିଲା ଭାରତ : ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଉପଗ୍ରହ 'ଅନ୍ୱେଷା' ଉତକ୍ଷେପଣ କଲା ISRO

କୌତୂହଳର ବିଷୟ ହେଉଛି, ଇସ୍ରୋ ଏହାର ଉପଗ୍ରହଗୁଡ଼ିକୁ ବିଦେଶ ମାଟିରୁ ଉତ୍‌କ୍ଷେପଣ କରିବା ସମୟରେ ବୀମା କରିଥାଏ, କିନ୍ତୁ ଦେଶ ଭିତରୁ ଏହା କରିବା ସମୟରେ ସେପରି କୌଣସି ସତର୍କତା ଅବଲମ୍ବନ କରେ ନାହିଁ। ଇସ୍ରୋର ବାଣିଜ୍ୟିକ ଶାଖା ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ (ଏନ୍ଏସ୍ଆଇଏଲ୍)ର ଅଧିକାରୀମାନେ କହିଛନ୍ତି ଯେ, ସେମାନେ ଉପଗ୍ରହ ବୀମା ଦାୟିତ୍ୱ ଗ୍ରହଣ କରନ୍ତି ନାହିଁ। ସହଭାଗିତା ଓ ଉତ୍‌କ୍ଷେପଣ ପାଇଁ ଆସୁଥିବା ଯେକୌଣସି ଉପଗ୍ରହ କମ୍ପାନି ସେମାନଙ୍କର ନିଜସ୍ୱ ବୀମା କରିବା ଉଚିତ। ଆମ ସହ ସହଭାଗୀ ବିଦେଶୀ ଏଜେନ୍ସିଗୁଡ଼ିକ ଏହା କରନ୍ତି। ଆମେ ବୀମାରେ ଜଡିତ ହେଉନାହୁଁ। ଏନ୍‌ଏସ୍‌ଆଇଏଲ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏନ୍‌ଏସ୍‌ଆଇଏଲ୍‌ କେବଳ ଏମ୍‌ଓୟୁ ପାଇଁ ପ୍ଲାଟଫର୍ମ ପ୍ରଦାନ କରେ, ବୀମା ପାଇଁ ନୁହେଁ। ମହାକାଶ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି, ପୁରା ଧାରଣା ନୂଆ। ସ୍ପେସ୍ ପଲିସି ଚୂଡ଼ାନ୍ତ ହେଉଛି ଏବଂ ବୀମା ଉପରେ ଅନେକ ଆଲୋଚନା ଚାଲିଛି। ଏହି କ୍ଷେତ୍ରର ନିରାପଦ ଅଭିବୃଦ୍ଧି ପାଇଁ ବୀମାକୁ ବାଧ୍ୟତାମୂଳକ କରିବାର ଆବଶ୍ୟକତା ରହିଛି। 

ଏକ ଭାରତୀୟ ମହାକାଶ ଏଜେନ୍ସି କହିଛି, ଆମେ ଉପଗ୍ରହର ବୀମା କରିନାହୁଁ କାରଣ ଏହା ଏକ ମହଙ୍ଗା ବ୍ୟାପାର ଏବଂ ଆମେ ଇସ୍ରୋ ଉପରେ ବିଶ୍ୱାସ କରିଥିଲୁ। କିନ୍ତୁ ଏବେ ଆମେ ଚିନ୍ତିତ। ବିଶ୍ୱସ୍ତରରେ କମ୍ପାନି ଓ ସେମାନଙ୍କ ଉତ୍ପାଦ ବୀମାଭୁକ୍ତ ହୋଇଥିବା ବେଳେ ଭାରତରେ ତାହା ନାହିଁ। ଇସ୍ରୋ ସହିତ ଘନିଷ୍ଠ ଭାବରେ କାର୍ୟ୍ୟ କରୁଥିବା ଅନ୍ୟ ଜଣେ ଘରୋଇ ମହାକାଶ ଏଜେନ୍ସି ପ୍ରତିନିଧି କହିଛନ୍ତି, କେବଳ ବଡ଼ କମ୍ପାନିଗୁଡିକ ବୀମା କରିପା‌ରିବେ। କାରଣ ବୀମା ସମଗ୍ର ଉତ୍ପାଦ ମୂଲ୍ୟର ପ୍ରାୟ ୫୦% ଯାହା ଛୋଟ କିମ୍ବା ଅନୁଦାନପ୍ରାପ୍ତ ଏଜେନ୍ସିଗୁଡିକ ବହନ କରିପାରିବେ ନାହିଁ। ପିଏସ୍‌ଏଲ୍‌ଭି-ସି୬୨/ଇଓଏସ-ଏନ୧ର ବିଫଳତା ଏହି କ୍ଷେତ୍ର ପ୍ରତି ଲୋକଙ୍କ ବିଶ୍ୱାସକୁ ଦୋହଲାଇ ଦେଇଛି। 

ଅଧିକ ପଢ଼ନ୍ତୁ :  ମହାକାଶରେ ମହାକୀର୍ତ୍ତିମାନ ରଚିବ ଇସ୍ରୋ: ଉପଗ୍ରହ ଉତକ୍ଷେପଣରେ ମାରିବ ସେଞ୍ଚୁରୀ

ଏଲଆଇସିର ବୀମା ଏଜେଣ୍ଟ ଚିରାଗ ଦାଭଡା କହିଛନ୍ତି ଯେ, ଯନ୍ତ୍ରପାତି, ସଡ଼କ, ସାମୁଦ୍ରିକ ଯାନ ଓ ଉପକରଣ ବୀମାଭୁକ୍ତ ହୋଇଛି, କିନ୍ତୁ ଉପଗ୍ରହ ନୁହେଁ। ଏହାର କାରଣ ହେଉଛି, ଏହା ହେଉଛି ପରୀକ୍ଷଣ ଏବଂ ଏଥିରେ ଅଧିକ ବିପଦ ରହିଛି। ଓରିଏଣ୍ଟାଲ ଇନସୁରାନ୍ସର ବୀମା ବିଶେଷଜ୍ଞ କଲ୍ୟାଣ ଦେବୀକୁମାର କହିଛନ୍ତି, ବର୍ତ୍ତମାନ ସରକାର ଦ୍ୱାରା ପରିଚାଳିତ ବୀମା କମ୍ପାନିଗୁଡିକ ଏରୋସ୍ପେସ୍ ସେକ୍ଟର ସଂସ୍ଥାଗୁଡ଼ିକୁ ବୀମା ପ୍ରଦାନ କରୁଛନ୍ତି। କିନ୍ତୁ କେବଳ ଉପଗ୍ରହ ଓ ରକେଟର ଯନ୍ତ୍ରପାତି ଓ ଉପାଦାନଗୁଡିକ ଅଳ୍ପ ସମୟ ପାଇଁ ବୀମାଭୁକ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe